No Result
View All Result
୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଭାରତୀୟ ଯୁବ ଚିକିତ୍ସକ ସଙ୍ଘ ଓଡ଼ିଶା ଶାଖା ଓ ସୀତାରାମ ୟୁଥ କ୍ଲବ, ମହାବୀରକ୍ଷେତ୍ର, ଦଶପଲ୍ଲାର ମିଳିତ ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକର ଦୂରନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁଷ୍ଠିତ ହୋଇଅଛି l ଦଶପଲ୍ଲା ଠାରୁ 45 କିଲୋମିଟର ଦୂରରେ ଅବସ୍ଥିତ କଳସାଖମଣ ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,

ଉଲିସାହି ପରିସରରେ ଅନୁଷ୍ଠିତ ଏହି ଶିବିରରେ ଡାକ୍ତର ଚିନ୍ମୟ କୁମାର ସାହୁ, ସଭାପତି ଭାରତୀୟ ଚିକିତ୍ସକ ସଙ୍ଘ ଓଡିଶା ଶାଖା ଓ ଡାକ୍ତର ଜ୍ୟୋତି ରଞ୍ଜନ, ଆସୋସିଏଟ ପ୍ରଫେସର ଏସ ସି ବି, କଟକ ଙ୍କ ନେତୃତ୍ୱରେ ଯୋଗଦାନ କରି 620ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ ଓ 270ଜଣ ଲୋକଙ୍କର ଆଖି ପରୀକ୍ଷା କରି ଚଷମା ବଣ୍ଟନ କରାଗଲା l

ଏହି ଶିବିରକୁ ଦଶପଲ୍ଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଅତିଥି ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ପ୍ରଥମ ଥର ପାଇଁ ଏ ଭଳି ଏକ ଦୁର୍ଗମ ଅଞ୍ଚଳରେ ନୟାଗଡ଼ ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ତରଫରୁ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଓ 17 ଜଣ ରକ୍ତଦାତା ରକ୍ତଦାନ କରିଥିଲେ l

ଦଶପଲ୍ଲାର ଏକ ଦୁରନ୍ତ ଅଞ୍ଚଳରେ 15 ଜଣ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏଭଳି ଏକ ସ୍ୱାସ୍ଥ୍ୟ ସେବା ଶିବିର ଏକ ବିରଳ ଘଟଣା ବୋଲି ଚର୍ଚ୍ଚା ହେବା ସହ ନୂଆଗାଁ କଳସାଖମଣ ଓ ଚଢ଼େୟାପଲ୍ଲୀ 3ଟି ଗ୍ରାମ ପଞ୍ଚାୟତର ଅଧିବାସୀ ଆନନ୍ଦ ପ୍ରକାଶ କରିବା ସହ ଡାକ୍ତରମାନଙ୍କୁ ସାଧୁବାଦ ଜଣାଇ ହରିବୋଲ ହୁଳହୁଳି ମାଧ୍ୟମରେ ଆଶୀର୍ବାଦ କରିଛନ୍ତି l

ଏହି ଶିବିରରେ ଶ୍ରୀଯୁକ୍ତ ଭକ୍ତି ବିନୋଦ ସଲ,ମଣ୍ଡଳ ଶିକ୍ଷା ଅଧିକାରୀ, ଦଶପଲ୍ଲା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ବିଶେଷ ସହାୟତା ପ୍ରଧାନ କରିଥିବାରୁ ସୀତାରାମ ୟୁଥ କ୍ଳବ ର ସଭାପତି ଧନ୍ୟବାଦ ଦେଇଥିଲେ l ଏହି ଶିବିରରେ ଏ ଡି ଏମ,ଓ ନୟାଗଡ଼ ଡାକ୍ତର ବାହିନୀପତି ବିଶେଷ ସହାୟତା ପ୍ରଦାନ କରିଥିଲେ l ଉପଦେଷ୍ଟା ତ୍ରିନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ଶ୍ରୀଯୁକ୍ତ ହାଡିବନ୍ଧୁ ମହାଖୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result