ଓଡ଼ିଶା ତାଜା ନିଉଜ(୧୨ ଅଗଷ୍ଟ ବୁଧବାର) ଢେଙ୍କାନାଳ : ହିନ୍ଦୋଳ ଏନ୍ଏସିରେ ସ୍ଵଚ୍ଛତାକୁ ନେଇ ବାରମ୍ବାର ଆଲୋଚନାର ବାତାବରଣ ଦେଖାଦେଲେ ମଧ୍ୟ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ହାତ ବାରିସି କରି ଖବରକୁ ଚାପା ଦେଇ କର୍ତ୍ତବ୍ୟରୁ କର୍ତ୍ତୁପକ୍ଷ ଓହରି ଯାଉଛନ୍ତି । ହିନ୍ଦୋଳ ଉପଖଣ୍ଡରେ ଥିବା ମିନିଷ୍ଟାଡିୟମ ଯାହାକୁ ପ୍ରଶାସନ ଚରମ ଅବହେଳା କରିଥାଏ । ଷ୍ଟାଡିୟମଟି ବର୍ଷତମାମ ପରିତ୍ୟକ୍ତ ଥିଲେ ମଧ୍ୟ ପ୍ରଶାସନ ଅବା ଏନ୍ଏସି କର୍ତ୍ତୁପକ୍ଷ ଆଖି ଆଢୁଆଳରେ ଏପରି ଘଟଣାକୁ ନିନ୍ଦାଜନକ ଅଟେ ।
ତେବେ କୋଭିଡ ୧୯ ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଗାଇଡ ଲାଇନ ଜାରି ମଧ୍ୟରେ ହିନ୍ଦୋଳ ଏନ୍ଏସି ରେ ବସୁଥିବା ସୋମବାର,ବୁଧବାର, ଶନିବାର ତିନୋଟି ସାପ୍ତାହିକ ହାଟକୁ ସ୍ଥାନ ପରିବର୍ତ୍ତନ କରି ମିନିଷ୍ଟାଡିୟମ ଠାରେ କରାଯାଉଛି । ତେବେ ସାପ୍ତାହିକ ସଟଡାଉନ ଯୋଗୁଁ ଶନିବାର ସାପ୍ତାହିକ ହାଟ ବନ୍ଦ ରହିଛି ଏବଂ ସୋମବାର ଓ ବୁଧବାର ହାଟ ହେଉଅଛି ।ହାଟରେ ଗ୍ରାହକମାନେ ସଚେତନ ପୂର୍ବକ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରୁଛନ୍ତି ।
ହେଲେ ଏନ୍ଏସି ର ଚରମ।ଅବହେଳା ହେତୁ ସେ ଷ୍ଟାଡିୟମ ସ୍ଥାନକୁ ନା ସାନିଟାଇଜ କରାଯାଉନାହିଁ ।ସାରା ହାଟ ଗୁଗୁଚି ରେ ପରିପୂର୍ଣ୍ଣ ।ଫଳରେ ଗ୍ରାହକ ଓ ବ୍ୟବସାୟୀ ଯାତୟତ ରେ ବାଧା ସୁଷ୍ଟି ହେଉଛି ।ଦେଖିଲେ ଜଣାପଡେ ଷ୍ଟାଡିୟମଟି ଗୁଗୁଚି ର ବନ ର ଭ୍ରମ ସୃଷ୍ଟି କରିଛି ।ତେବେ ଏଥିପ୍ରତି ଏନ୍ଏସି କେବଳ ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ ପାଳନ ପାଇଁ ସଫା ହୋଇଥାଏ ନଚେତ ବର୍ଷତମାମ ଯାହା ହେବ ନଟି ବୁଦା ମଧ୍ୟରେ ହେବ । ରିପୋର୍ଟ (ଅମର ରଞ୍ଜନ ଦାସ,/ଢେଙ୍କାନାଳ)