ସବୁଠାରୁ ଆଶ୍ଚର୍ୟ୍ଯ ଜନକ ଘଟଣା ଭାବେ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଦ୍ଵାରା ଉତ୍ତୋଳନ ହୋଇଥିବା ଜାତୀୟ ପତକାଟିକୁ ତ୍ରୁଟିପୂର୍ଣ୍ଣ ଭାବେ ବ୍ୟବହାର କରାଯାଇଥିବା ବେଳେ ଉକ୍ତ ଫଟୋକୁ ସରପଞ୍ଚ ମହାଶୟା ନିଜ ସୋସିଆଲ ମିଡିଆ( ହ୍ଵାଟ୍ସସପ )ରେ ପୋଷ୍ଟ କରିବା ପରେ ଜାତୀୟ ପତକାକୁ ଅସମ୍ମାନ ଘଟଣା ଜଣାପଡିବା ପରେ ବୁଦ୍ଧିଜୀବୀ ଦେଶପ୍ରମି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ଅନେକ ସାମାଜିକ କର୍ମୀ ଟିୟୁଟି ମାଧ୍ଯମରେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତି ରାଜ ବିଭାଗ ଓଡ଼ିଶା, ଜିଲ୍ଲାପାଳ ପୁରୀ ତଥା ଗୋପ ବିଡିଓ ଙ୍କ ନିକଟରେ ଅଭିଯୋଗ କରି ଜାତୀୟ ପତାକାକୁ ଅସମ୍ମାନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ସରପଞ୍ଚଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।
© 2023 Odisha Taza News.