No Result
View All Result
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ସପ୍ତମ ସାଧାରଣ ଅଧିବେଶନ ଶୁକ୍ରବାର ଅନଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ବୈଠକରେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ରମେଶ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,୧୬ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଜସ୍ମୀନ ଦାସ ୧୭ ନମ୍ବର ଜିଲ୍ଲାପରିଷଦ ସଭ୍ୟ ପ୍ରତିମା ଦଳବେହେରା,
ବିଡ଼ିଓ ବାସୁଦେବ ନାୟକ ଅତିଥି ଭାବେ ମଞ୍ଚାସିନ ଥିଲେ। ପିଆର ଆଇ ମେମ୍ବର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ , ସାମାଜିକ କଲ୍ୟାଣ , ପାନୀୟ ଜଳ, କୃଷି, ଉଦ୍ୟାନ କୃଷି, ପଶୁ ସମ୍ପଦ, 
ବିଦ୍ୟୁତ,ରାସ୍ତାଘାଟ ଆଦିର ଉନ୍ନତିକରଣ ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଅଧପନ୍ତରିଆ ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ସମୀକ୍ଷା କରାଯିବା ସହ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦଶପଲ୍ଲା ବିଧାୟକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ l
No Result
View All Result