ରାଜ୍ୟ ସ୍ତରୀୟ ସ୍ବେଛାସେବୀ ସଂଗଠନ ଆଲୋଚନା ଚକ୍ରରେ ମତ ପ୍ରକାଶ
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ଓ ରୋଟାରୀ କ୍ଲବ ମିଲିତ୍ ଆନୁକୁଲ୍ୟରେ ସ୍ଥାନିୟ ରୋଟାରୀ କ୍ଲବ କମୂନିଟି ହଲ ପରିସରରେ ” ଅଧୁନା ପରିସ୍ଥିତିରେ ଭାରତରେ ସ୍ବେଛାସେବୀ ସଂଗଠନ ମାନଙ୍କ ଭୂମିକା “ଶୀର୍ଷକ ଏକ ରାଜ୍ୟ ସ୍ତରୀୟବଲୋଚୋନା ଚକ୍ର ଆୟୋଜିତ ହୋଇ ଯାଇଛି।ସ୍ବାଧିନତା ଦିବସ ଅବସରରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ସଂଗଠନ ମାନକ ମୁଖିଆ ମାନେ ଯୋଗ ଦେଇଥିଲେ।ବର୍ତ୍ତମାନ ପରିସ୍ଥିତିରେ ସରକାର ଲୋକାଭିମୁଖି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ମତା ମତ ବା ସହଭାଗିତା କୁ ଆଦୌ ଗୁରୁତ୍ୱ ଦେଉ ନଥିବାରୁ ଏହାକୁ ନେଇ ଆଲୋଚକ ମାନେ କ୍ଷୋବ ପ୍ରକାଶ କରିଥିଲେ ।















