No Result
View All Result
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତ୍ରିରଙ୍ଗା ସେବା ସଂଘ ପରିବାର ପକ୍ଷରୁ ଗୁରୁବାର ଚଳିତ ବର୍ଷ ମଧ୍ୟ ତ୍ରିରଙ୍ଗା ମହୋତ୍ସବ ଏକ ଆକର୍ଷଣୀୟ ପରିବେଶରେ ପାଳିତ ହୋଇଛି । ଅନୁଷ୍ଠାନର ସଭାପତି ରଞ୍ଜନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାବକାଶରେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ଅନୁଷ୍ଠାନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,
ମୁଖ୍ୟ ବକ୍ତା ଭାବେ ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଓ ବିଶିଷ୍ଟ ନାଟ୍ୟକାର ଲିଙ୍ଗରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥି ମାନେ କୃତୀ ପ୍ରତିଯୋଗୀଙ୍କୁ ଦେଶାତ୍ମବୋଧକ ସାଂସ୍କୃତିକ ସନ୍ଧ୍ୟା ପ୍ରତିଭା ସମ୍ମାନ ଓ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ । ପରେ ଯୁବ ନାଟ୍ୟକାର ରତ୍ନାକର ଶୀୟଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ସଂସ୍କାରଧର୍ମୀ ମଞ୍ଚ ନାଟକ ଭଡ଼ାଘର ମଞ୍ଚସ୍ଥ ହୋଇଥିଲା ।
ନବାଗତ ଅଭିନେତା ଓ ଅଭିନେତ୍ରୀଙ୍କ ନିଖୁଣ ଚରିତ୍ର ଓ ନିପୂଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ସାମ୍ପ୍ରତିକ ପରିସ୍ଥିତି ଓ ଏହାର ବାସ୍ତବ ପ୍ରତିଫଳନ ଉପରେ ଆଧାରିତ ମଞ୍ଚନାଟକରେ ପ୍ରଚ୍ଛଦ ସ୍ୱର, ଗୀତ, ସଙ୍ଗୀତ କଣ୍ଠ ସ୍ୱର ସଂଯୋଜନା, ମଞ୍ଚ ସଜ୍ଜା ଓ କ୍ୟାମେରାର ସମନ୍ଵୟ ଅତି ଉଚ୍ଚକୋଟୀର ପ୍ରଦର୍ଶିତ ହୋଇଥିଲା । ସହର ଓ ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଦର୍ଶକ ଯୋଗଦେଇ ଅଫୁରନ୍ତି ଆନନ୍ଦ ଉପଭୋଗ କରିଥିଲେ । ସଂଘର ଉପ ସଭାପତି ଓ ସଂପାଦକଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ ।
No Result
View All Result