No Result
View All Result
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ୭୮ ତମ ସ୍ବାଧୀନତା ଦିବସ ଛତିଆ ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି. ସଂଘ କାର୍ଯ୍ଯାଳୟରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବରିଷ୍ଠ ପଥର ଶିଳ୍ପୀ ମହେଶ୍ବର ଓଝା ଜାତୀୟ ପତାକା ଉତ୍ତୋଳନ କରିଥିଲେ. ଏବଂ ଛତିଆ ଅଞ୍ଚଳର ମୁରବୀ ଅକ୍ଷୟ କୁମାର ସଂ ଓ ଅରବିନ୍ଦ ସେଣ୍ଢ ଅତିଥି ଭାବେ ଉପସ୍ଥିତ ଥିଲେ ।
ଏହି ଅବସରରେ ସଂଘର ସଭାପତି କମଳାକାନ୍ତ ପାଲ, ଉପସଭାପତି ହୃଷିକେଶ ପୃଷ୍ଟି, କୋଷାଧ୍ୟକ୍ଷ ଭଜହରି ପୃଷ୍ଟି, ବରିଷ୍ଠ ସାମ୍ବାଦିକ ଜୟକାନ୍ତ ରାଉତ, ସୌମ୍ୟ ରଞ୍ଜନ ସାହୁ, ଦିଲ୍ଲୀପ କୁମାର ବରାଳ, ଚନ୍ଦ୍ରଶେଖର ପୃଷ୍ଟି ପ୍ରଦୁମ୍ନ ଓଝା, ବିଭୁ ପ୍ରସାଦ ମହାରଣା, ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ. ଦେଶ ସ୍ବାଧୀନତାର ଦୀର୍ଘ ୭୮ ବର୍ଷ ପରେ ବି ଆମ ସମାଜରେ ଆମେ ସ୍ବାଧିନ ଚିନ୍ତା ଧାରାରେ ରହି ପାରିନେ.
ସ୍ବାଧୀନତାର ପ୍ରକୃତ ସ୍ବାଦ ଚାଖିବା ଲାଗି ଏବେବି ଦେଶବାସୀ ଭୋକିଲା ହୋଇ ରହିଛନ୍ତି. ଆଉ ଏସବୁର ସମାଧାନ ପାଇଁ ଚେଷ୍ଟା, ରାଜନୈତିକ ପ୍ରଣୋଦିତ ହୋଇ ଯାଉଥିବାରୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନକୁ ଛାଡିଦେଲେ ସମସ୍ତେ ପରାଧିନତା ଅନୂଭବ କରୁଛନ୍ତି. ରାଜନୈତିକ ଷଡଯନ୍ତ୍ରରେ ଗଣମାଧ୍ୟମ ଚାପଗ୍ରସ୍ତ ହୋଇ ରହିଥିବାରୁ ସମାଜରେ ସାମ୍ବାଦିକ ଓ ସାଧାରଣ ଲୋକ ଉଭୟ ନ୍ୟାୟ ଅପେକ୍ଷାରେ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।
No Result
View All Result