ନିର୍ବାଚନକୁ ଦୁଇ ମାସ ପୁରିଥିବା ବେଳେ ଆଜିଠୁ ପୁଣି ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି ।

୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଆଜିଠାରୁ ଗାଁକୁ ଯିବ ବିଜେଡି । ଭତ୍ତାକୁ ନେଇ ଲୋକଙ୍କୁ କରିବ ସଚେତନ । ଗାଁରେ ବିଜେପି ସରକାର ବିରୋଧରେ ଗର୍ଜିବ ବିଜେଡି। ବିଜେପି ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ ଅକ୍ଷମତା ବ୍ୟକ୍ତି ୩୫୦୦ ଟଙ୍କା ଭତ୍ତା ପାଇବେ ବୋଲି ବିଜେପି ସରକାର ଘୋଷଣା କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ବିଜେଡି ବିଜେପି ସରକାରକୁ ଘେରିବାକୁ ଯୋଜନା କରିଛି ।

ସିଧା ଗାଁରୁ ବିଜେପି ବିରୋଧରେ ଲୋକଙ୍କୁ ଏକାଠି କରିବ ବିଜେଡି। ଏବଂ କାଲିଠାରୁ ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ । ଏହା ସହିତ ଯିଏ ଯେଉଁ ପଞ୍ଚାୟତରେ ଜନଜାଗରଣ କରିବେ ହ୍ବାଟସ ଆପରେ ତାର ଫଟୋ ମୁଖ୍ୟାଳୟକୁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହାକୁ ନେଇ ଆଜିଠାରୁ ବିଜେଡି ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ । ସେପଟେ ବିଜେପି କହିଛି ବିରୋଧୀ ଦଳ ଗାଁକୁ ଯାଆନ୍ତୁ । ୨୪ ବର୍ଷ ଭିତରେ ଯାହା କରିନାହାନ୍ତି ତାଲିକା ଦିଅନ୍ତୁ। ଆମେ ୫ ବର୍ଷ ଭିତରେ ପୂରଣ କରିବୁ ।