No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ ଜିଲ୍ଲା ସଦର ଥାନାଞ୍ଚଳରେ ଗୁରୁବାର ପ୍ରକୃତି ତାଣ୍ଡବ ରଚିଛି । ବଜ୍ରପାତରେ ପାଣିପୋଇଲାଠାରେ ୧୪ ଗାଈଙ୍କ ମୃତ୍ୟୁ ହୋଇଛି । ଖଡଗପ୍ରସାଦ ଓ କାଦୁଆ ଗ୍ରାମରୁ ଜଣେ ଗାଈ ଚରାଳି ଗାଈ ଗୋଠ ଧରି ପାଣିପୋଇଲା ନିକଟ ଆମ୍ବତୋଟାକୁ ଯାଇଥିଲେ ।
ତେବେ ହଠାତ ବର୍ଷା ହେବାରୁ ଗାଈ ଗୁଡିକ ଗୋଟିଏ ଗଛମୂଳେ ଠିଆ ହୋଇଥିଲେ । ତେବେ ଅଚାନକ ବଜ୍ରପାତ ହେବାରୁ ଗୋଠରେ ଥିବା ୧୪ ଗାଈଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଅନେକ ଆହତ ହୋଇଥିବା ଜଣାପଡିଛି । ତେବେ ଗାଈ ଚରାଳି ରକ୍ଷା ପାଇଯାଇଥିବା ଜଣାପଡିଛି । ତେବେ କ୍ଷତିପୂରଣ ଦେବାକୁ ଗାଈ ମାଲିକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
No Result
View All Result