No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୮ ତମ ସ୍ବାଧୀନତା ଦିବସ । ପ୍ରାତଃ ସାଢେ ଆଠଟା ସମୟରେ ମୁଖ୍ଯ ଅତିଥି ଭାବେ ଇଂ ସରୋଜକାନ୍ତ ପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନେ ମାଡ ଖାଇ ଜେଲ ଯାଇ ଦେଶକୁ ସ୍ବାଧୀନ କରିବା ସହିତ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅହିଂସା ନିତି ବିଷୟ ରେ ବକ୍ତବ୍ଯ ରଖିଥିଲେ ।

ସକାଳ ୧୧ଟା ୩୦ ମିନିଟ୍ ସମୟରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନର ମୁଖ୍ଯ ଅତିଥି ତଥା ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ୱାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସାମଦାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ସମର୍ପଣ ବୃଦ୍ଧାଶ୍ରମ ର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ ପୂର୍ବକ ସେମାନଙ୍କ ସହିତ ଆଲୋଚନା ଓ ବାର୍ତ୍ତାଳାପ କରି କିଛି ସମୟ ଅତିବାହିତ କରିଥିଲେ ।

ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗ୍ରଓ୍ୱାଲ “ମୁଁ ତୁମ ମାନଙ୍କ ପୁଅ, ତୁମ ମାନଙ୍କ ସହିତ ଅଛି ” ବୋଲି ଅନ୍ତେବାସୀ ମାନଙ୍କୁ ସାନ୍ତ୍ବନା ଦେଇ ସେମାନଙ୍କ ମନରେ ଉତ୍ସାହ ଭରି ଦେଇଥିଲେ। ବାର୍ଦ୍ଧକ୍ଯ ସମୟରେ ନାତିନାତୁଣୀ ମାନଙ୍କ ଠାରୁ ଦୂରେଇ ଥିବା ଦୁଃଖକୁ କିଛି ମାତ୍ରାରେ ଲାଘବ କରିବା ପାଇଁ ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଗଢି ଉଠିଥିବା ପ୍ଳେ ସ୍କୁଲ ପରିଦର୍ଶନ କରି ଜିଲ୍ଲାପାଳ ବହୁତ ଖୁସି ବ୍ଯକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ପରିଚାଳନା କମିଟିର ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସୁବାସ ଚନ୍ଦ୍ର ପଣ୍ଡା, ରବିନ୍ଦ୍ର କୁମାର ସାହୁ, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପ୍ରୁଷ୍ଟି ଉପସ୍ଥିତ ଥିଲେ ।


No Result
View All Result