ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ଢେଙ୍କାନାଳ :- : ବର୍ତ୍ତମାନ କରୋନା ମହାମାରୀ ପ୍ରକୋପରେ ସମସ୍ତେ ହନ୍ତସନ୍ତ ହେଉଥିବାବେଳେ, ସ୍ଵାସ୍ଥ୍ୟ କର୍ମୀମାନେ ନିଜ ପରିବାର ଓ ଜୀବନକୁ ଜଳାଞ୍ଜଳି ଦେଇ ଅନବରତ ଲୋକଙ୍କ ସେବାରେ ଲାଗି ରହିଛନ୍ତି । ଗୋଟେପଟେ ସରକାର ଏମାନଙ୍କ ସମ୍ମାନାର୍ଥେ କରୋନା ଯୋଦ୍ଧା ରୂପେ ଆଖ୍ୟା ଦେଇ ବିମାନ ଯୋଗେ ଆକାଶମାର୍ଗରୁ ପୁଷ୍ପମାଲ୍ୟ ବର୍ଷଣ କରୁଥିବାବେଳେ, ଅନ୍ୟପଟେ ଘରୁ ଘୋଷାରି ବିଚ୍ ରାସ୍ତାରେ ତଡ଼ି ତଡ଼ି ମାଡ଼ ମରାଯାଉଥିବାର ଅଭିଯୋଗ ଆସୁଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଠୁ କିଛି ଦୂର ସରକାରୀ ବାସଗୃହେ
ରହୁଥିବା ଫାର୍ମାସିଷ୍ଟ ବବଲୁ ମାଝୀଙ୍କ କ୍ଷେତ୍ରରେ । ସୁଚନା ମୁତାବକ, ଫାଣ୍ଡି ଠୁ କିଛି ଦୂରରେ ଭାପୁର ସ୍ୱାସ୍ଥ୍ୟ ସେବା ଓ ସରକାରୀ ବାସଗୃହ ରହିଅଛି । ନିଜ ବାସଗୃହରେ ଦିନବେଳା ଖାଉଥିବା ସମୟରେ ସ୍ଥାନୀୟ କିଛି ଯୁବକ ଡ୍ରେସିଂ ବାହାନାରେ ହଠାତ୍ କାଲର ଧରି ଘରୁ ଘୋଷାରି ବିଚ୍ ରାସ୍ତାରେ ତଡ଼ି ତଡ଼ି ମାଡ଼ ମାରିବା ଅଞ୍ଚଳରେ ନିନ୍ଦାର ବିଷୟ ପାଲଟିଛି । ଏ ନେଇ ପିଡୀତା ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।ଘଟଣାରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । (ରିପୋର୍ଟ – ଅମର ରଞ୍ଜନ ଦାସ)