No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡ଼ଚଣା :-> ବଡ଼ଚଣା ସମଗ୍ର ଦେଶରେ ଆଜି ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ବଡ଼ଚଣା ବ୍ଲକର ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଛତିଆ ପଞ୍ଚାୟତରେ ୭୮ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ. ତଥା ଆମ ଓଡ଼ିଶାର ଅଧ୍ଯକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜୀବନ ଜିବିକାର ଗୁଣାତ୍ମକ ଶୈଳୀ ଉପରେ ମତ ଦେଇଥିଲେ.
ମନକୁ ନିୟନ୍ତ୍ରଣ କରିପାରିଲେ ପ୍ରତ୍ୟେକ ବ୍ୟକ୍ତି ସଫଳତା ପାଇ ପାରିବ ବୋଲି ସେ କହିଥିଲେ. ବହୁତ ସୁନ୍ଦର ଭାବେ ‘ମନ’ର ବ୍ୟାକ୍ଷା କରି ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନ ସାଧାରଣଙ୍କୁ ବୁଝାଇଥିଲେ. ଏହି ଅବସରରେ ଛତିଆ ପଞ୍ଚାୟତର ସରପଞ୍ଚ ରମେଶ ପୃଷ୍ଟି ବରିଷ୍ଠ ସାମ୍ବାଦିକ ସୋମ୍ଯରଂଞନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବଡଚଣା ବ୍ଲକ ସ୍ତରୀୟ କାଯର୍ଯକ୍ରମରେ ବଡଚଣା ବିଧାୟକ ଅମର କୁମାର ନାୟକ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ପୋଲିସ ତାଲିମ ପ୍ରତିଷ୍ଠାନ ବୈରୀ ଠାରେ ଅଧ୍ଯକ୍ଷ ଦେହୁରୀ । ଡାଳିଯୋଡା ବନାଅଞ୍ଚଳର କାଯ୍ଯାଳୟରେ ବନାଅଞ୍ଚଳ ଅଧିକାରୀ ହିମାଂଶୁ ଶେଖର ପୃଷ୍ଟି । ସମିଆଁ ପଞ୍ଚାୟତରେ ସରପଞ୍ଚ ବିଶ୍ବ ବିଜୟୀ ବ୍ରହ୍ମ ।ପାରିଆ ପଞ୍ଚାୟତ ରେ ସରପଞ୍ଚ ବେଣୁଧର ବିଶ୍ଵାଳ । ବନ୍ତଳା ପଞ୍ଚାୟତରେ ସରପଞ୍ଚ ସମିର ରାଉତ । ଚଣ୍ଡିଖୋଲ ସ୍ଥିତ ରାଜିବ ମେମୋରିଆଲ କଲଚର ସେଣ୍ଟର ଠାରେ କ୍ଯାପେଟେନ ରାଜନାରାୟଣ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବଡ଼ଚଣା ର ସମସ୍ତ ବିଦ୍ୟାଳୟ., ମହାବିଦ୍ୟାଳୟ, ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି ।
No Result
View All Result