ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :- ବାଘ ଛାଲ ଚାଲାଣ ଘଟଣା ରେ ରଣପୁର ବନ ବିଭାଗ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଜୟ ଦାସ ଙ୍କୁ ଗିରଫ କରି ତଦନ୍ତ ଚଳାଇ ଥିବାବେଳେ ଗତ ରାତି ରେ ସେ ବନ କର୍ମଚାରୀ ଙ୍କୁ ଚକ୍ମା ଦେଖାଇ ଫେରାର ହୋଇଯାଇଛି । ଏହି ଘଟଣା ରେ ୨ ଜଣ ବନ କର୍ମଚାରୀ ଗିରଫ ହାଇକୋର୍ଟ ଚାଲଣ ହୋଇଥିବା ବେଳେ ଆଜି ଅପରାହ୍ନ ରେ ଅଜୟ ଙ୍କ ଗ୍ରାମବାସୀ ଓ ପରିବାର ରେଞ୍ଜର ଅଫିସ ଘେରାଉ କରିଥିବା ଜଣାଯାଇଛି । ଖବର ନେବାରେ ଜଣାଯାଏ ଗତ କିଛି ମାସ ତଳେ ରଣପୁର ସଂରକ୍ଷିତ ଜଙ୍ଗଲ ରୁ ବାଘ ଛାଲ ଘଟଣାରେ ବନ୍ଧମୁଣ୍ଡା ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ କୁ ଏସଟିଏଫ ଟିମ ଗିରଫ କରି କୋର୍ଟ ଚାଲଣ କରିଥିଲା ।
ପରେ ଏହି ଘଟଣା ରେ ବନ ବିଭାଗ ମଧ୍ୟ ୬ ଜଣ କୁ ଗିରଫ କରି କୋର୍ଟଚାଲଣ କରିଥିଲା । ଏପରିକି ଲକ୍ଷ୍ମୀଧର କୁ ମଧ୍ୟ ଏସଟିଏଫ ଟିମ ରିମାଣ୍ଡ ରେ ଆଣି ପଚରା ଉଚରା କରିଥିଲା । ଏହି ଘଟଣା ରେ ସଂପୃକ୍ତି ଅଭିଯୋଗ ରେ ଗତ ୪ ଦିନ ତଳେ ରଣପୁର ଅଚଂଳ ର ଜଣାଶୁଣା ସ୍ନେକସ୍ ହେଲ୍ପ ଲାଇନ ସଦସ୍ୟ ଅଜୟ ଦାସ କୁ ବନ ବିଭାଗ ଅଟକ ରଖି ପଚରା ଉଚରା କରୁଥିଲା । ଏସମ୍ପର୍କ ରେ ଖୋର୍ଦ୍ଧା ଡିଏଫଓ ସୌମ୍ୟକ୍ ସାମନ୍ତୟରା ଙ୍କ ସହ ଯୋଗାଯୋଗ କରାଯିବାରୁ ଅଜୟ ତଥ୍ୟ ଅଧାରରେ ବରଗଡ ର ଚନ୍ଦ୍ରଭାନୁ ନାୟକ କୁ ବନ ବିଭାଗ ଆଣି ପଚରା ଉଚରା କରାଯାଉଥିଲା । ପରେ ଗତକାଲି ଚନ୍ଦ୍ରଭାନୁକୁ ଭୁବନେଶ୍ୱର ଏସଟିଏଫକୁ ହସ୍ତାନ୍ତର କରିଥିଲେ । କିନ୍ତୁ ରଣପୁର ବନ ବିଭାଗ କାର୍ଯ୍ୟଳୟରେ ଥିବା ହାଜତ ରେ ଅଜୟକୁ ରଖାଯାଇଥିଲା । ସୋମବାର ଅଜୟ କୋର୍ଟ ଚାଲଣ ହୋଇଥାନ୍ତା । କିନ୍ତୁ ରାତିରେ ସୁରକ୍ଷା ଦାୟୀତ୍ୱ ରେ ଥିବା ୨ ଜଣ କର୍ମଚାରୀ ଙ୍କ ଅବହେଳା ହେତୁ ଅଜୟ ରାତିରେ ଫେରାର ହୋଇଯାଇଥିଲା ।
କାର୍ଯ୍ୟରେ ଅବହେଳା କରିଥିବାରୁ ଆଜି ଏହି ୨ କର୍ମଚାରୀ ତୋଫାନ ଦାସ ଓ ଦିପକ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଅପରପକ୍ଷରେ ଏହି ଘଟଣାରେ ଅଜୟଙ୍କ ଗ୍ରାମ ନନ୍ଦପୁରରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ଉତେକ୍ତ୍ୟ ଗ୍ରାମବାସୀ ମାନେ ବନ ବିଭାଗ କାର୍ଯ୍ୟାଳୟ କୁ ଘେରାଉ କରିବା ସହ ରେଞ୍ଜର ଶରତ ଚନ୍ଦ୍ର ଶତପଥୀ ଓ ଏସସିଏଫ ରବିନ୍ଦ୍ରନାଥ ମହାପାତ୍ର ଙ୍କୁ ଅଜୟ କାହିଁକି ୪ ଦିନ ହେଲା ଉଠାଇ ଆଣି ଘରକୁ ଖବର ଦିଆଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ଏପରିକି ଆମକୁ ଅଜୟ କୁ ଦେଖାଇ ଦେଲେ ଯିବୁ ବୋଲି ଅଡି ବସିଥିଲେ । ବେଳକୁ ବେଳ ଘଟଣା ନିୟନ୍ତ୍ର୍ରଣ ବାହାରକୁ ଚାଲି ଯାଇଥିବାରୁ ରଣପୁର ଆଇଆଇସି ରଶ୍ମୀରଞନ ଦାସ ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳ ରେ ପହଚିଂ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ଏବଂ ଅଫିସ ସମ୍ମୁଖରେ ପୁଲିସ କଡା ସୁରକ୍ଷା ଦେଇଥିଲା । ରେଞର ଓ ଏସସିଏଫ ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ଫେରି ଯାଇଥିଲେ ।