• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପିତଳ ପଞ୍ଚାୟତରେ ଭତ୍ତା ବଣ୍ଟନ ଦୁର୍ନିତୀ : ୧୫ ମାସର ଟଙ୍କା ଗିଳି ଦେଲେ ପଞ୍ଚାୟତ ଅଧିକାରୀ – ତଦନ୍ତ ଅଭିଯୋଗ

Proprietor Abhimanyu Maharana by Proprietor Abhimanyu Maharana
August 15, 2024
in ଓଡ଼ିଶା, ଗଞ୍ଜାମ, ହୋମ୍
0
ପିତଳ ପଞ୍ଚାୟତରେ ଭତ୍ତା ବଣ୍ଟନ ଦୁର୍ନିତୀ : ୧୫ ମାସର ଟଙ୍କା ଗିଳି ଦେଲେ ପଞ୍ଚାୟତ ଅଧିକାରୀ – ତଦନ୍ତ ଅଭିଯୋଗ
Share on FacebookShare on TwitterWhatsapp

୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶେରଗଡ଼/ହିଞ୍ଜିଳିକାଟୁ :-> ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନକ୍ଷମ ଏବଂ ସାମାଜିକ ସଶକ୍ତି କରଣ ବିଭାଗ ଅଧିନରେ ବିଭିନ୍ନ ଲୋକ ହିତକର ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଗରିବ, ଅସହାୟ, ଆର୍ଥିକ ଅନଟନ ଆଦି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରା ଯାଉଛି। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାରେ ଏହା ବିଶେଷ ସହାୟକ ହୋଇଥିଲା ବେଳେ ଯୋଜନାରେ ହିତାଧିକାରୀ ଉପକୃତ ହେଉଛନ୍ତି। କିନ୍ତୁ ନିରକ୍ଷରତା ଏବଂ ସଚେତନତାର ସୁଯୋଗ ନେଇ କିଛି ଅସାଧୁ ଅଧିକାରୀଙ୍କ ଦୁର୍ନିତୀ ଖୋର ମନୋବୃତି ଯୋଗୁଁ ହିତାଧିକାରୀଙ୍କ ପ୍ରାପ୍ୟ ଅର୍ଥ ବାଟ ମାରଣା ହେଉଛି। ସାଧାରଣ ହିତାଧିକାରୀଙ୍କ ପ୍ରସଙ୍ଗ ତ ଭିନ୍ନ କଥା କିନ୍ତୁ ଭିନ୍ନକ୍ଷମ ବି ଏଥିରୁ ବାଦ ପଡ଼ି ନାହାଁନ୍ତି। ଭଦ୍ରମୁଖାପିନ୍ଧା ଅଧିକାରୀ ଜଣକ ଅର୍ଥ ଆତ୍ମସାତ କରି ନିରବଦ୍ରଷ୍ଟା ସାଜିଥିବା ବେଳେ ପ୍ରକୃତ ହିତାଧିକାରୀ ନିଜ ପ୍ରାପ୍ୟରୁ ବଞ୍ଚିତ ହୋଇଛନ୍ତି । ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ପିତଳ ପଞ୍ଚାୟତରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।

କାଗଜ ପତ୍ରରେ ୧୫ ମାସ ଧରି ଜଣେ ଭିନ୍ନକ୍ଷମ ବୟସ୍କା ମହିଳା ଭତ୍ତା ଟଙ୍କା ପାଇଥିବା ଦର୍ଶାଇ ଖୋଦ ପଞ୍ଚାୟତ ଅଧିକାରୀ ସବୁ ଗିଳି ଦେଇଥିବା ଅଭିଯୋଗ ହୋଇଛି। ଭିନ୍ନକ୍ଷମ ମହିଳାଙ୍କୁ ଅନ୍ଧାରରେ ରଖି ପଞ୍ଚାୟତ ଅଧିକାରୀ ଜଣକ ବେଶ୍ ଆରାମରେ ନିଜ କଳା କାରନାମା ଚଳାଇଥିବା ଜଣା ପଡିଛି । ଏ ବିଷୟରେ ଯୁବ ସମାଜ ସେବୀ ପିଙ୍କୁ ପରିଡ଼ା ଅନୁସନ୍ଧାନ କରି ଏଭଳି ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ପିତଳ ପଞ୍ଚାୟତ ସନ୍ତୋଷପୁର ଗ୍ରାମର ୫୫ ବର୍ଷ ବୟସ୍କା ମହିଳା କୁମାରୀ ଜେନା ଗତ ୨୦୨୨ ରେ ମଧୁବାବୁ ପେନସନ ଯୋଜନାରେ ଭିନ୍ନକ୍ଷମ ଭତ୍ତା ପାଇବାକୁ ଆବେଦନ କରିଥିଲେ। କୁମାରୀଙ୍କ ଆଧାର ନଂ ୮୦୨୨ ୨୯୨୮ ୪୨୬୭, ମଞ୍ଜୁର ଆଦେଶ ନଂ ଓଆର୍-ଏସ୍-୧୦୪୩୮୨୨୨ ଓ ହିତାଧିକାରୀ ନଂ ୯୪୨୩୭୩ ଭାବେ ଗତ ୨୦୨୩ ମାର୍ଚ୍ଚ ୨୪ ତାରିଖରେ ଯୋଗ୍ୟତା ଆଧାରରେ ତାଙ୍କ ଭିନ୍ନକ୍ଷମ ଭତ୍ତା ମଞ୍ଜୁର ହୋଇଥିଲା ।

ଏହା ପରେ ତାଙ୍କ ବ୍ୟାଙ୍କ ଖାତାକୁ ୨ ମାସର ଭତ୍ତା ଟଙ୍କା ଆସିଥିଲା। ତା ପର ଠାରୁ ଦୀର୍ଘ ୧୫ ମାସ ଧରି ସେ ଭତ୍ତା ବାବଦରେ ଟଙ୍କା ଟିଏ ବି ପାଇ ନାହାଁନ୍ତି। ପଞ୍ଚାୟତରୁ ମଧ୍ଯ ଏନେଇ କୌଣସି ଉଦ୍ୟମ କିମ୍ୱା ତତ୍ପରତା ପ୍ରକାଶ ପାଇନାହିଁ।ଏ ବିଷୟରେ ଶ୍ରୀ ପରିଡ଼ା ବ୍ଲକ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ କୁମାରୀ ଜେନା ନିୟମିତ ଭାବେ ଭିନ୍ନକ୍ଷମ ଭତ୍ତା ପାଉଥିବା ଅଧିକାରୀ ଜଣକ କହିଥିଲେ। ଯଦି ଭତ୍ତା ହିତାଧିକାରୀ ଆସିବାରେ ଅକ୍ଷମ ଓ ଅସୁବିଧାର ସମ୍ମୁଖୀନ ହେଉଥିଲେ ପଞ୍ଚାୟତ ଅଧିକାରୀ ନିଜେ ତାଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏ କ୍ଷେତ୍ରରେ ସେ ତତ୍ପରତା ପ୍ରକାଶ କରିବା ପରିବର୍ତ୍ତେ ଘୋର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମନ୍ଦ ଉଦ୍ଦେଶ୍ୟ ରଖି ଭତ୍ତା ବଣ୍ଟନ ପ୍ରକ୍ରିୟାରେ ଏଭଳି ଗୁରୁତର ଅନିୟମିତତା ସୃଷ୍ଟି କରିବା ଓ ହିତାଧିକାରୀଙ୍କ ଅର୍ଥ ତୋଷାରପାତ କରିବା ହୃଦୟଙ୍ଗମ କରି ଶ୍ରୀ ପରିଡ଼ା ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳଙ୍କୁ ଅବଗତ କରିଛନ୍ତି। କିଏ ଏବଂ କାହିଁକି ଏଭଳି ବାଧକ ସାଜି କୁମାରୀଙ୍କ ଭତ୍ତାରେ ଅନ୍ତରାୟ ସୃଷ୍ଟି କରିଛି ଏହାର ବିଧିବଦ୍ଧ ଭାବେ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଶ୍ରୀ ପରିଡ଼ା ନିବେଦନ କରିଛନ୍ତି। ଏନେଇ ପଞ୍ଚାୟତ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସଙ୍କ ସହ ଯୋଗାଯୋଗ କରିବାରେ ସମ୍ଭବ ହୋଇ ପାରିନାହିଁ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version