No Result
View All Result
୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଆଜାଦ୍ କି ଅମୃତ ମହୋତ୍ସବ ଅଧୀନରେ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମନ୍ଵୟରେ ଜିଲ୍ଲାରେ ସାମୁହିକ ଭାବରେ ଅନୁଷ୍ଠିତ ହୋଇଛି ହର୍ ଘର୍ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ। ଏହି କ୍ରମରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ପଞ୍ଚାୟତ ସ୍ତରୀୟ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଳବ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନରେ ଆଲପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ରଶ୍ମିତା ପ୍ରଧାନ,
ସଭ୍ୟା ପ୍ରତିନିଧି ଦିଲ୍ଲୀପ କୁମାର ପୋଲେଇ, ପ୍ରଧାନ ଶିକ୍ଷକ କୈଳାସ ପତି ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ପରେ ତ୍ରିରଙ୍ଗା ରାଲି ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିବା ପରେ ତ୍ରିରଙ୍ଗା ଦସ୍ତଖତ ସଂଗ୍ରହ ଅଭିଯାନ ଶେଷ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ହୋଇ ସେଲ୍ଫି ପଏଣ୍ଟରେ ତ୍ରିରଙ୍ଗା ପତାକା ଧାରଣ କରି ସେଲଫି ନେଇଥିଲେ। ପରେ ଅତିଥି ମାନେ ସ୍ଵାଧୀନତା ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜ ନିଜ ଘରେ ଜାତୀୟ ପତାକା ଲଗାଇ ଦେଶ ପ୍ରୀତି ଜାଗ୍ରତ କରିବା ସକାଶେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ମନୋଜ କୁମାର ପୋଲେଇ, ଅଶୋକ କୁମାର ପୋଲେଇ, କାଳୀ ଚରଣ ଦଳାଇ, ସୁବାସ ଚନ୍ଦ୍ର ରାଉତ, ସୁଭ୍ରକେଶ ଦଳାଇ, ୱାର୍ଡ ସଭ୍ୟ, ସ୍ଵୟଂ ସହାୟିକା ଗୋଷ୍ଠୀ,ଏମବିକେ,ସିଆରପି ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସମେତ ଶିକ୍ଷକ ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଅନୁରୂପ ଭାବେ ପୁଟିଆ ପଦର, ଚାନ୍ଦୁଲି, ନନ୍ଦିକ, ଡି ପାଟପୁର,ଗଣ୍ଡଳା, ସାରୁ, ଭାବନ୍ଧ, ଦୁର୍ବନ୍ଧ, ଶାସନ ଆମ୍ବଗାଁ ଆଦି ପଞ୍ଚାୟତରେ ନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଜନ ପ୍ରତିନିଧି, ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଵଂୟ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀଙ୍କୁ ନେଇ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
No Result
View All Result