No Result
View All Result
୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ସ୍ଥିତ ଚିତ ରଞ୍ଜନ ସେବାସଦନର ନୂତନ ସଭା ଗୃହରେ ଏକ ଅଗ୍ନି ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. । ଏହି କାର୍ଯ୍ୟକ୍ରମକୁ ନିଆଳି ଫାୟାର ଷ୍ଟେସନ ର କର୍ମଚାରି ଓ ଏହାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ କୁମର ପରିଜା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଚିତ ରଞ୍ଜନ ସେବା ସଦନ ନିଆଳିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫେସର ସୌମ୍ୟ ରଞ୍ଜନ ମିଶ୍ର ପ୍ରଥମ ଅଧିବେଶନରେ ତାଲିମ ପ୍ରଦାନ କରିଥିବା ବେଳେ ନିଆଳି ଫାୟାର ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କୁମାର ପରିଜା ଦ୍ୱିତୀୟ ଅଧିବେଶନରେ ତାଲିମ ଦେଇଥିଲେ ।
ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ ଗୁଡିକରେ ବଢ଼ି ଚାଲିଥିବା ଦୃଘଟଣା ବା ଦୁର୍ବିପାକକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ସେବା କର୍ମୀ ମାନଙ୍କୁ ଅଗ୍ନି ଜନିତ ନିରାପତ୍ତା ,ଅଗ୍ନି ଦୃବିପାକ ପରିଚାଳନା ଓ ଦୃଘଟଣା କୁ ଦୂରେଇବା ପାଇଁ ମୌଳୀକ ତାଲିମ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଆଳି ଫାୟାର ଷ୍ଟେସନର କର୍ମଚାରି ମାନେ ଅଧିକାରୀଙ୍କ ତତ୍ୱାବଧାନରେ ତତକ୍ଷଣାତ ଅଗ୍ନି ନିବ୍ୟାପକ ଦୃଘଟଣା ସମୟରେ ରେସକ୍ୟୁ ଅପରେସନ ଦ୍ଵାରା ରୋଗୀମାନଙ୍କୁ କିପରି ଡାକ୍ତରଖାନା ଭିତରୁ କିପରି ଉଦ୍ଧାର କରାଯିବ ।
ମକ ଡ୍ରିଲ କରାଇଥିଲେ ।ଏହି ଶିବିରରେ ଅଞ୍ଚଳର ଅନେକ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନର କର୍ମୀ ଯଥା ଏସ୍ ଭି ନିରତାର (ଓଲଟପୁର ) ବିବିଏସ୍ ହେଲେଥକେୟାର (ବାଇରୋଇ) ,ଶ୍ରୀ ଦୁର୍ଗା ଆଇ ହସ୍ପିଟାଲ୍ । ଆନନ୍ଦ ନର୍ସିଂ ହୋମ ନିମାପଡ଼ା ,ଅନନ୍ତ ବଳିଆ ସ୍ୱାସ୍ଥ୍ୟ ସେବା ନିକେତନ ( ଚାରିଛକ ) । ଅଗାଧୁ କମଳ ( କାକଟପୁର )ଓ ଚିତ ରଞ୍ଜନ ସେବା ସଦନ ( ନିଆଳି) ର ସ୍ବାସ୍ଥ୍ୟ ସେବା କର୍ମୀମାନେ ଯୋଗଦେଇ ତାଲିମପ୍ରାପ୍ତ କରିଥିଲେ ,
ଏହି କାର୍ଯ୍ୟକ୍ରମ ଟିକୁ ଚିତ ରଞ୍ଜନ କର୍ମଚାରି ଶ୍ରୀ ଯୁକ୍ତ ଦେବଦାସ ମହାପାତ୍ର , ଶ୍ରୀ ଯୁକ୍ତ ସୌମ୍ୟା ରଞ୍ଜନ ତୀଆଡି, ଶ୍ରୀ ଯୁକ୍ତ ମନୋରଞ୍ଜନ ପାଢ଼ୀ ଇତ୍ୟାଦି ପରିଚାଳନା କରିଥିବା ବେଳେ ଶ୍ରୀ ଯୁକ୍ତ ଉମେଶ ଚନ୍ଦ୍ର ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ।ସଭା ଶେଷରେ ତାଲିମ ଗ୍ରହଣ କରିଥିବା ସମସ୍ତ ସ୍ବାସ୍ଥ୍ୟ ସେବା କର୍ମୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l

No Result
View All Result