ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ହିଞ୍ଜିଳିକାଟୁ :- ମଙ୍ଗଳବାର ସକାଳେ ହିଞ୍ଜିଳି ପୁଲିସ ଜୈନିକ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ଥାନା ବଳରାମପୁର ଗ୍ରାମ ନିକଟସ୍ଥ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର କରିଛି । ମୃତକ ଜଣକ ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମର ଲୋକନାଥ ଦାସ(୪୦) । ମୃତ ଯୁବକଙ୍କ ମୁଣ୍ଡପାଖରେ କିଛି କ୍ଷତ ସୃଷ୍ଟି ହୋଇଥବାରୁ ହତ୍ୟା ସନ୍ଦେହ କରାଯାଉଛି । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମର ଲୋକନାଥ ରବିବାର ସନ୍ଧ୍ୟାରେ ଚାଷ ଜମିକୁ ଯାଇ ଆଉ ଘରକୁ ଫେରିନଥିଲେ ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଗରକୁ ନଫେରିବାରୁ ସେମାବାର ପରିବାର ସଦସ୍ୟ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ସନ୍ଧାନ ମିଳି ପାରିନଥିଲା । ତେବେ ମଙ୍ଗଳବାର ଭୋରରେ ଗ୍ରାମର କିଛି ବ୍ୟକ୍ତି ବଳରାମପୁର ଗ୍ରାମ ନିକଟସ୍ଥ ଘୋଡ଼ାହାଡ଼ ନଦୀରେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣଶ ସ୍ଥଳରେ ପରିବାର ସଦସ୍ୟ ଓ ହିଞ୍ଜିଳି ପୁଲିସ ପଂହଚିଥିଲେ । ଅନ୍ୟପକ୍ଷରେ ମୃତକଙ୍କ ମୁଣ୍ଡ ପାଖରେ କ୍ଷତ ଚିହ୍ନ ରହିଥିବାରୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଏ ନେଇ ମୃତକଙ୍କ ସ୍ତ୍ରୀ ଉର୍ମିଳା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟା ନା ପାଣିରେ ବୁଡି଼ ମରିଛନ୍ତି ବ୍ୟବଛେଦ ରିପୋର୍ଟ ମିଳିବା ପରେ ଜଣାପଡ଼ିବ ବୋଲି ଥାନା ପକ୍ଷରୁ କୁହାଯାଇଛି । ( ରିପୋର୍ଟ -ଶେଷଦେବ ସାହୁ )