No Result
View All Result
୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ସୋମବାର ୪ ଟା ୩୦ ମିନିଟ ସମୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ବ୍ରଜରାଜ ପୁର ରେ ତାଲୁକ୍ ଆଇନ ସେବା କମିଟି ,ରଣପୁର ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଚାରପତି ଶ୍ରୀ ଗୌରୀ ଶଙ୍କର ପଣ୍ଡା ( ଏଲ୍ ଏଲ ଏମ) ଅଧ୍ୟକ୍ଷ ତାଲୁକ୍ ଆଇନ ସେବା କମିଟି ତଥା ଜେ ଏମ ଏଫ ସି ରଣପୁର ଯୋଗଦାନ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ତାହାର ସୁବିଧା ,
ସୁଯୋଗ କିପରି ଲୋକ ମାନଙ୍କ ପାଖରେ ପହଞ୍ଚିବ ,ଲୋକମାନେ କିପରି ତାହାର ସୁଫଳ ପାଇବେ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସୁବାସ ଚନ୍ଦ୍ର ଜେନା,ଗିରିଜା ସାମନ୍ତ ରାୟ,
ଶ୍ରୀକାନ୍ତ କୁମାର ସାହୁ,ସତ୍ୟନାରାୟଣ,କୃପାସିନ୍ଧୁ ବେହେରା,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଭାପତି ରଣଜିତ୍ ପଟ୍ଟନାୟକ ଙ୍କ ସହ ପ୍ରଧାନ ଶିକ୍ଷକ ମଞ୍ଚାସିନ ହୋଇ ବୁଦ୍ଧିଜିବୀ ଓ ଜନସାଧାରଣଙ୍କୁ ଆଇନ ,କାନୁନ୍ ବିଷୟରେ ସଚେତନ କରିଥଲେ ।
No Result
View All Result