• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଆଇନ ରାସ୍ତା ନିର୍ମାଣ କରି ଜଵରଦଖଲକୁ ପ୍ରୋତ୍ସାହନ ଦେଉଛି – କୋଣାର୍କ ଏନ୍ଏସି

Proprietor Abhimanyu Maharana by Proprietor Abhimanyu Maharana
August 12, 2024
in ଓଡ଼ିଶା, ପୁରୀ, ହୋମ୍
0
ବେଆଇନ ରାସ୍ତା ନିର୍ମାଣ କରି ଜଵରଦଖଲକୁ ପ୍ରୋତ୍ସାହନ ଦେଉଛି – କୋଣାର୍କ ଏନ୍ଏସି
Share on FacebookShare on TwitterWhatsapp

* ରାଜସ୍ବ ଵିଭାଗ ଵିନା ଅନୁମତିରେ ନିର୍ମାଣ ଚାଲିଛି ୭୦ରୁ ଅଧିକ ରାସ୍ତା

* ଜମିମାଫିଆଙ୍କ ଦ୍ୱାରା ପ୍ରଭାବିତ ଏନ୍ଏସି ପ୍ରଶାସନ

* ନିମ୍ନମାନର ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କା ହରିଲୁଟ

୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଏନ୍ଏସିର ବିଭିନ୍ନ ୱାର୍ଡରେ ରାଜସ୍ୱ ମୌଜାର ନକ୍ସାରେ ରାସ୍ତାର ପରିଚୟ ନଥିବା ଜମିରେ ରାଜସ୍ୱ ଵିଭାଗର ଵିନା ଅନୁମତିରେ କୋଣାର୍କ ଏନ୍ଏସି ପ୍ରଶାସନ ପକ୍ଷରୁ ଶତାଧିକ ରାସ୍ତା ନିର୍ମାଣ କରାଯାଇ ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଆସୁଛି। ସରକାରୀ ଜମି ଜବରଦଖଲ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କୁ ଗମନାଗମନ ନିମନ୍ତେ କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ କରି ଚାଲିଛି ଏନ୍ଏସି ପ୍ରଶାସନ। କେତେକ ସ୍ଥାନରେ କାଁ ଭାଁ ଜଣେ ଦୁଇଜଣ ଲୋକଙ୍କ ବାସସ୍ଥଳୀ ପାଇଁ କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ କରାଯାଇଛି। ଏହି ବେଆଇନ ରାସ୍ତା ନିର୍ମାଣ ଫଳରେ ସଂପୃକ୍ତ ଅଞ୍ଚଳରେ ଜମି ମାଫିଆମାନେ ସରକାରୀ ଜମିକୁ ପ୍ଲଟିଂ କରି ନୋଟାରୀ ଏଗ୍ରିମେଣ୍ଟ ମାଧ୍ୟମରେ କିଣାବିକା ଚଳାଇଛନ୍ତି।

ଏପରି ବେଆଇନ ରାସ୍ତା ନିର୍ମାଣରେ ସରକାରୀ ଅନାବାଦୀ, ଗୋଚର, ଗ୍ରାମ୍ୟ ଜଙ୍ଗଲ, ଶ୍ମଶାନ ସମେତ ସଇରାତକୁ ମଧ୍ୟ ଵ୍ୟଵହାର କରାଯାଇଛି। ଜମି ମାଫିଆଙ୍କୁ ଖୁସ୍ କରିବା ପାଇଁ ଏନ୍ଏସି ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଵା ରାସ୍ତାଗୁଡିକ ଅତ୍ୟନ୍ତ ନିମ୍ନମାନର। ରାସ୍ତା ନିର୍ମାଣ ଅଞ୍ଚଳରେ ପୂର୍ବରୁ କୌଣସି ସ୍ଥାୟୀ ବାସିନ୍ଦା ନଥିବାରୁ ରାସ୍ତା ନିର୍ମାଣର ଗୁଣବତ୍ତା ସଂପର୍କରେ ପ୍ରଶ୍ନ କରିବା ପାଇଁ କେହି ନାହାନ୍ତି। ଏଣୁ ଜମି ମାଫିଆଙ୍କୁ ଅନୁକମ୍ପା ସ୍ୱରୂପ ନିର୍ମାଣ କରାଯାଉଥିବା ରାସ୍ତାରୁ ଭଲ ମୁନାଫା ଠିକାଦାର, ନିର୍ବାହୀ ଅଧିକାରୀ ଓ ଏନ୍ଏସି ଅଧ୍ୟକ୍ଷାଙ୍କୁ ମିଳୁଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କାର ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି।

ଏହିସଵୁ ନିର୍ମାଣ କାର୍ଯ୍ୟର ବିନିଯୋଗ ପ୍ରମାଣପତ୍ରରେ ମୋହର ମାରୁଥିବା ପୁରୀ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଏହି ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତ ଥିଵା ସ୍ପଷ୍ଟ ହୋଇଛି। ମୁଖ୍ୟତଃ ନଟ୍ ଫାଇନାଲ ରାଜସ୍ୱ ମୌଜା ମାଧିପୁରର ୧୦ନମ୍ଵର ୱାର୍ଡ, ଵେରୁହଁର ୧୧, ୧୨ ଓ ୧୩ ନମ୍ବର ୱାର୍ଡ, କୋଣାର୍କ ମୌଜାର ୬ ଓ ୯ ନମ୍ବର ୱାର୍ଡ ଏଵଂ ୮ ନମ୍ବର ୱାର୍ଡରେ ରାଜସ୍ୱ ନକ୍ସାରେ ରାସ୍ତାର ମାନ୍ୟତା ନଥିବା ଜମିରେ ବେଆଇନ ଭାବେ ୭୦ଟିରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ମୁଖ୍ୟତଃ ବେଆଇନ ଭାବେ ଜମି ଜବରଦଖଲ କରିଥିବା ଜମି ମାଫିଆ ଓ ପ୍ରଶାସନର ସଲାସୁତୁରାରେ ରାସ୍ତା ନିର୍ମାଣ ଚାଲିଛି । ଫଳସ୍ୱରୂପ ସରକାରୀ ଜମି ଜବରଦଖଲ କରି ମାଳମାଳ କୋଠା ଗଢିଉଠିଛି। ଶହଶହ ବେଆଇନ କୋଠା ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିଵା ଵାଲି ରାଜସ୍ବ ଵିଭାଗ ଜମି ଓ ଜଙ୍ଗଲରୁ ଚୋରି ହେଉଛି।

ଦିନରାତି ଵାଲିମାଫିଆଙ୍କ ଉତ୍ପାତରେ କୋଣାର୍କର ଚାରିଆଡ଼େ କୃତ୍ରିମ ହ୍ରଦ ସୃଷ୍ଟି ହେବାସହ ବ୍ୟାପକ ଵୃକ୍ଷ ସଂପଦ ନଷ୍ଟ ହୋଇସାରିଛି। ଅନ୍ୟପଟେ ରାଜସ୍ବ ଵିଭାଗ ଏନେଇ ନିରଵତା ଅବଲମ୍ବନ କରିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇଟି ପର୍ଯ୍ୟାୟରେ ୮୯ଟି ପ୍ରକଳ୍ପ ନିମନ୍ତେ ଟେଣ୍ଡର ଡକାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା। ତନ୍ମଧ୍ୟରେ ରହିଛି ୭୦ଟି ରାସ୍ତା ସମେତ କଲଭର୍ଟ, ପାଚେରୀ ଓ ଅନ୍ୟାନ୍ୟ ନିର୍ମାଣ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୬୦ଭାଗ କାମ ସରିବା ଉପରେ। ଅଧିକାଂଶ ପ୍ରକଳ୍ପର ବିଲ୍ ମଧ୍ୟ ଦିଆସରିଲାଣି । ଗୋଟିଏ ପଟେ ନିକଟ ଅତୀତରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଗ୍ରିମେଣ୍ଟ ମାଧ୍ୟମରେ ସରକାରୀ ଜମି ହସ୍ତାନ୍ତର କରୁଥିବା ଜମି ମାଫିଆଙ୍କଠାରୁ ସତର୍କ ରହିଵା
ନିମନ୍ତେ ଡାକବାଜି ପ୍ରଚାର କରାଯାଇଛି। ଅନ୍ୟପଟେ ଜମି ମାଫିଆଙ୍କ ସହିତ ଏନ୍ଏସି ପ୍ରଶାସନର ମଧୁଚନ୍ଦ୍ରିକା ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଜଵରଦଖଲକୁ ପ୍ରୋତ୍ସାହନ ଦେଇଚାଲିଛି।

ଏନ୍ଏସି ପକ୍ଷରୁ ବେଆଇନ ରାସ୍ତା ନିର୍ମାଣ ବିରୁଦ୍ଧରେ ୭ନମ୍ଵର ୱାର୍ଡର ବାସିନ୍ଦା ମଙ୍ଗରାଜ ନାୟକ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ୧୦ନମ୍ଵର ୱାର୍ଡର ଭଗଵତୀ ରୋଡରୁ ଭେଙ୍କଟେଶ୍ୱର ସ୍କୁଲ ପାର୍ଶ୍ୱରେ ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଵା ବେଆଇନ ରାସ୍ତାକୁ ଲୋକେ ରାତିଅଧିଆ ତାଡି ଦେଇଛନ୍ତି। ଫଳରେ ୧୦ଲକ୍ଷ ଟଙ୍କା ପାଣିରେ ପଡ଼ିଛି। ସଂପ୍ରତି କୋଣାର୍କ ଏନ୍ଏସିରେ କାର୍ଯ୍ୟରତ ଅବସରପ୍ରାପ୍ତ କର୍ମଚାରୀ ସର୍ଵେଶ୍ୱର ପ୍ରଧାନ ଓ ରାଜସ୍ବ ଵିଭାଗ ମଧ୍ୟରେ ଏହି ଜମିକୁ ନେଇ ହାଇକୋର୍ଟରେ ମାମଲା ବିଚାରଧୀନ ଅଛି। ରାଜସ୍ବ ଵିଭାଗର ବିନା ପରାମର୍ଶରେ ନିର୍ବାହୀ ଅଧିକାରୀ ରାସ୍ତା ନିର୍ମାଣ କରି ସରକାରୀ ଅନୁଦାନ ହରିଲୁଟ କରିଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏନ୍ଏସି ପ୍ରଶାସନର ଏପରି ଉଦ୍ଦେଶ୍ୟମୂଳକ ଅପରିଣାମଦର୍ଶୀ କାର୍ଯ୍ୟକଳାପ ବିରୁଦ୍ଧରେ ସିପିଆଇ ନେତା ମନୋରଞ୍ଜନ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version