ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ କରୋନା ସଙ୍କ୍ରମିତ ଙ୍କ ସ°ଖ୍ୟା କମାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ଏବଂ ସ°ଘ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଦିନରେ ଜିଲ୍ଲା ର ସଦର ମହକୁମା ରେ ଥିବା ସିଏଚସି, ହାଟପଦା ଏବଂ ରେଳଷ୍ଟେସନ ନିକଟରେ ଅବସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ି ଟେଷ୍ଟ ମାଗଣା ରେ କରାଯିବ ବୋଲି ଜିଲ୍ଲାପାଳ ସୂଚନା
ଦେଇଥିଲେ । ଲକ୍ଷଣ ନଥିବା ବ୍ୟକ୍ତି ମଧ୍ୟ ଏହି ଟେଷ୍ଟ ମାଗଣା ରେ କରିପାରିବେ ବୋଲି କହିଥିଲେ । ଆବଶ୍ୟକ ପଡିଲେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଦିଆଯିବ ବୋଲି କହିଥିଲେ । ବୈଠକ ରେ ଜିଲ୍ଲା ପ୍ରଶାସନ ର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଏସପି ପଦ୍ମିନୀ ସାହୁ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପ୍ରମୁଖ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁଗଲ ସିଂ, ରବିନାରାୟଣ ପଣ୍ଡା, କିଶୋର ମିଶ୍ର,ପ୍ରୀତମ ସିଂ ଉପସ୍ଥିତ ଥିଲେ । (ରିପୋର୍ଟ- ସତ୍ୟ ନାରାୟଣ ପ୍ରଧାନ)