No Result
View All Result
୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପୁଣି ଜୋରଦାର୍ ହୋଇଛି । ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ଅଗଷ୍ଟ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କରିବା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏହା ଘୋଷଣା କରି କଂଗ୍ରେସ ବିହାର ୟୁନିଟ୍ ମୁଖ୍ୟ ଅଖିଳେଶ ପ୍ରସାଦ ସିଂ କହିଛନ୍ତି, ବିହାରକୁ କେନ୍ଦ୍ର ଦ୍ୱାରା ବିଶେଷ ମାନ୍ୟତା ନ ଦେବା ରାଜ୍ୟ ପାଇଁ ଏକ ଅନ୍ୟାୟ ।
ବିହାର ପ୍ରତି କେନ୍ଦ୍ରର ଏହି ବୈମାତୃକ ଭାବକୁ କଂଗ୍ରେସ ଦଳ ବରଦାସ୍ତ କରିବ ନାହିଁ । ବିହାରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାଖ୍ୟାନ କରିବା ବିରୋଧରେ ଅଗଷ୍ଟ ୧୨ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ବିପିସିସି ନିଷ୍ପତ୍ତି ନେଇଛି । ସେ କହିଛନ୍ତି ଅଗଷ୍ଟ ୧୩ ଏବଂ ୧୪ରେ କଂଗ୍ରେସ କର୍ମୀମାନେ ବିହାରକୁ ସ୍ୱତନ୍ତ୍ର ମାନ୍ୟତା ନ ଦେବା ବିରୋଧରେ ବ୍ଲକ ମୁଖ୍ୟାଳୟ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ଧର୍ମଘଟରେ ବସିବେ । ସିଂ କହିଛନ୍ତି ଅଗଷ୍ଟ ୧୪ ପରେ ରାଜ୍ୟ କଂଗ୍ରେସ ଏହାର ଆଗାମୀ ରାଜ୍ୟବ୍ୟାପୀ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରିବ ।
ସେ କହିଛନ୍ତି, ୧୦୦୫ ମସିହାରୁ ବିହାରର ମୁଖ୍ୟମନ୍ତ୍ରୀ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି । କିନ୍ତୁ, କେନ୍ଦ୍ରରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସରକାରଙ୍କ ସହଯୋଗୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ପାଇଁ ସ୍ୱତନ୍ତ୍ର ମାନ୍ୟତା ପାଇବାରେ ବିଫଳ ହୋଇଛନ୍ତି । ସ୍ବତନ୍ତ୍ର ପ୍ୟାକେଜ୍ ନାମରେ ବିହାରକୁ କେନ୍ଦ୍ର ପ୍ରତାରିତ କରିଛି। ବିହାର ପାଇଁ ପୂର୍ବରୁ ଅନୁମୋଦିତ ସମସ୍ତ ପୁରୁଣା ପ୍ରକଳ୍ପକୁ ଚଳିତ ବଜେଟରେ ତଥାକଥିତ ସ୍ୱତନ୍ତ୍ର ପ୍ୟାକେଜରେ କେନ୍ଦ୍ର ଅନ୍ତର୍ଭୁକ୍ତ କରିଛି ।
ବିହାରକୁ ଏକ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବ ନାହିଁ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି । ଅଖିଳେଶ ପ୍ରସାଦ କହିଛନ୍ତି ବିହାର ହେଉଛି ଦେଶର ସବୁଠାରୁ ଗରିବ ରାଜ୍ୟ । ବିହାର ହେଉଛି ସବୁଠାରୁ ଯୋଗ୍ୟ ରାଜ୍ୟ ଯାହା ଏହାର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଆବଶ୍ୟକ କରେ । ସେ ଅଭିଯୋଗ କରିଛନ୍ତି ଏନଡିଏ ସରକାର କେନ୍ଦ୍ର ତଥା ବିହାରରେ ସଂରକ୍ଷଣକୁ ବିରୋଧ କରୁଛନ୍ତି ।
ବିହାରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବାକୁ ମନ କରିଛନ୍ତି ଏବଂ ସମ୍ବିଧାନର ନବମ ସୂଚୀରେ ନୂତନ ସଂରକ୍ଷଣ ଆଇନ ଅନ୍ତର୍ଭୁକ୍ତ କରାଯାଇଛି । କଂଗ୍ରେସ ରାଜ୍ୟ ସଭାପତି କହିଛନ୍ତି ବିହାରପ୍ରତି କରାଯାଉଥିବା ବୈମାତୃକ ମନୋଭାବ ଉପରେ ନୀତୀଶ କାହିଁକି ଚୁପ୍ ଅଛନ୍ତି? ତାଙ୍କର ଅସହାୟତାର କାରଣ କ’ଣ? ବିହାରର ଲୋକମାନେ ଏହା ଜାଣିବାକୁ ଚାହାନ୍ତି ବୋଲି ଅଖିଳେଶ ପ୍ରସାଦ ସିଂ କହିଛନ୍ତି ।
No Result
View All Result