ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ରଣପୁର :- ସି ଆଇ ଟି ୟୁ,କୃଷକ ସଭା ଓ କ୍ଷେତ ମଜଦରୁ ଇୟୁନିୟନ୍ ତରଫରୁ ଅନୁଷ୍ଟିତ 10 ଅଗଷ୍ଟ ପ୍ରତିବାଦ ଦିବସରେ ରଣପୁର ବ୍ଳକ ର ପ୍ରାୟ 10ଟି ଭିନ୍ନ୍ ଭିନ୍ନ୍ ସ୍ଥାନ ରେ ପ୍ରତିବାଦ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ଏଯାବତ ବର୍ଷାର ଅଭାବ ଯୋଗୁଁ ରଣପୁର ଅଞ୍ଚଳ ରେ ଘୋର ମରୁଡ଼ି ଦେଖା ଦେଇଛି । ଚାଷୀର ତଳି ଗୁଡ଼ିକ ସମ୍ପୁର୍ଣ୍ ନଷ୍ଟ ହୋଇ ଯାଇଥିଲା ବେଳେ ବିଲ ଗୁଡ଼ିକ ଫାଟି ଆଁ କରି ସାରିଲାଣି । ଫଳରେ ଚାଷୀ ତାର ଆଶା ସମ୍ପୁର୍ଣ ଛାଡ଼ି ଦେଇଥିଲା ବେଳେ ମୁଣ୍ଡରେ ହାତ ଦେଇ ବସିଛି । କିଛି କିଛି ଚାଷୀ ବହୁ କଷ୍ଟ ରେ କାଂଭା ପାଣି ମଡ଼ାଇ ଚେଷ୍ଟା କଲେ ବି ବିଫଳ ହୋଇ ଆଶା ହରାଇଛନ୍ତି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗି ନାହିଁ। ତେଣୁ ଏହି ପ୍ରତିବାଦ ଜରିଆରେ ଚାଷୀ ମାନଙ୍କ ତରଫରୁ ରଣପୁର କୁ ତୁରନ୍ତ ମରୁଡ଼ି ଘୋଷଣା କରି ଚାଷୀ ରୁଣ ଛାଡ଼ କରିବାକୁ ଦାବୀ କରିବା ସହ ଲକ୍ ଡାଉନ୍ କ୍ଷତି ଗ୍ରସ୍ତ ଙ୍କୁ ରେସନ୍,ମାଗଣା ସ୍ୱାସ୍ଥ୍ୟ ସେଵା , ଆୟ କର ଦେଉ ନ ଥିବା ପରିବାରକୁ ମାସିକ 6 ମାସ ପାଇଁ 7500ଟଙ୍କା ଲେଖାଁ,ପ୍ରବାସୀ ଶ୍ରମିକକୁ ଥାଇ
ଥାନ,ଦୁଇ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ସହ ସମସ୍ତ ବେକାରୀ ଙ୍କୁ ନିଯୁକ୍ତି,45ଓ46 ତମ ଜାତୀୟ ଶ୍ରମ ସମ୍ମିଳନୀ ର ନିଷ୍ପତ୍ତି ଅନୁଜାଇ ଠିକା ଶ୍ରମିକଙ୍କ ଙ୍କୁ ସ୍ଥାୟି କରିବା, ଆଠ ଘଣ୍ଟା କର୍ୟ୍ୟ୍ ସମୟ 12 ଘଣ୍ଟା ବୃଦ୍ଧି ବନ୍ଦ କରିବା ଓ କରୋନା ନାଁ ରେ ମିଥ୍ୟା ପ୍ରହସନ ବନ୍ଦ କରିବାକୁ ଦାବୀ କରି ଥିଲେ। ସରକାର ବିଳମ୍ବ କଲେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦିଆ ଯାଇଛି। ଏହି ଆନ୍ଦୋଳନ ଗୁଡ଼ିକରେ ଶ୍ରମିକ ନେତା ସୁରେଶ ସ୍ବାଇଁ,କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର,କ୍ଷେତ ମଜଦୁର ନେତା ଦୁଶାସନ୍ ଜେନା ,ସବ୍ୟସାଚୀ ସେନାପତି,ମହିଳା ନେତ୍ରୀ ପୁର୍ନିମା ମହାପାତ୍ର ନେତୃତ୍ବ ନେଇ ଥିଲା ବେଳେ ଅନ୍ୟମାନ ଙ୍କ ମଧ୍ୟରେ ଗୋଳଖ ରାଉତୁ,କୁଳମଣି ପଲେଇ,ଶତୃଘନ୍ ସହୁ,ବିଜୟ ଜେନା,ଉର୍ମିଳା ଜେନା,ଅନାମ ଦାସ୍,ହୁଲା ରଣା, ପଞ୍ଚାନନ୍ ବେହୁରା ଓ ମନୋଜ ପଟ୍ଟନାଯକ ପ୍ରମୁଖ ଯୋଗ ଦେଇଥିଲେ।