ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) କଳାହାଣ୍ଡି :- ବର୍ତ୍ତମାନ ସାରା ବିଶ୍ୱରେ କୋରନା ଭୁତାଣୁ ସଂକ୍ରମଣ ସମସ୍ତ ଲୋକଙ୍କ ପାଇଁ ଏକ ବିଷମ ସମସ୍ୟାରେ ପରିଣତ ହେଇଗଲାଣି ।ଏଭଳି ପରିସ୍ଥିତିରେ ବହୁତ ଆବଶ୍ୟକ ସଚେତନତା । କୋରନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ କଳାହାଣ୍ଡି ଜିଲ୍ଲାର ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ବଡ଼ଧାରପୁର ମହିଳା ମଣ୍ଡଳର ମିଳିତ ଉଦ୍ୟମରେ ନର୍ଲା ବ୍ଲକ ଅନ୍ତର୍ଗତ ବଡ଼ଧାରପୁର ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ସାମାଜିକ ଦୂରତା ବଜାୟ
ରଖିବା,ହାତଧୋଇବା,ସାନିଟାଇଜର ବ୍ୟବହାର କରିବା ଏବଂ ମାକ୍ସ ବ୍ୟବହାର ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବରେ ସ୍ଥାନୀୟ ନବୀନ ସାହୁ ଏବଂ ନନ୍ଦିନୀ ମାଝୀ ଯୋଗ ଦେଇ ହାତଧୋଇବା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଉକ୍ତ କ୍ଲବର ସଭାପତି ମାନସୀ ଭାଟି ସମ୍ପାଦକ ଉର୍ବଶୀ ପ୍ରଧାନ ଓ ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି, ନର୍ଲା ବ୍ଲକର ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ ଏବଂ ଉତ୍କଳିକା ସାହୁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)