ବିଦ୍ୟାଳୟର କିଛି କର୍ମଚାରୀ ଗତକିଛି ଦିନ ତଳେ ଅଧକ୍ଷାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ ଉପଜିଲ୍ଲାପାଳ ଆଲୋଚନା କରିଥିଲେ । ସଭାପତି କର୍ଣ୍ଣଦେବ ସମାଦ୍ଧାରଙ୍କ ଉପସ୍ଥିତିରେ ସମାଧାନ ହୋଇଥିବା ଜଣାପଡିଛି ।
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :-> ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆନ୍ତରିଣ ସମସ୍ୟାକୁ ନେଇ ଗତ କିଛି ଦିନ ତଳେ ଲଗିରହିଥିବା ବିବାଦ ନୟାଗଡ ଉପଜିଲ୍ଲାପାଳ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କର୍ଣ୍ଣଦେବ ସମାଦ୍ଧାରଙ୍କ ଉପସ୍ଥିତିରେ ସମାଧାନ ହୋଇଥିବା ଜଣାପଡିଛି । ଏଥି ନେଇ ପରିଚାଳନା କମିଟିର ଏକ ସ୍ୱତନ୍ତ୍ର ବୈଠକରେ ନୟାଗଡ ଉପଜିଲ୍ଲାପାଳ କର୍ନଦେବ ସମାଦାର ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ଅଧକ୍ଷାଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ତେବେ ବିଦ୍ୟାଳୟର କିଛି କର୍ମଚାରୀ ଗତକିଛି ଦିନ ତଳେ ଅଧକ୍ଷାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ ଉପଜିଲ୍ଲାପାଳ ଆଲୋଚନା କରିଥିଲେ ।