ରାଜ୍ୟବ୍ୟାପୀ ସଂଗଠନ ଖସଡ଼ା ପ୍ରସ୍ତୁତ କରିବ ଯୁବ ଓ ଛାତ୍ର ବିଜେଡ଼ି ସଭାପତି ।
ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆହୁରି ସଶକ୍ତ ଓ ସୁଦୃଢ଼ ହୋଇ ରାଜ୍ୟବ୍ୟାପୀ ଜନସେବା ଜାରି ରଖିବ ।
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୃଦୃଢ଼ କରିବା ନିମନ୍ତେ ରାଜ୍ୟ ଯୁବ ବିଜେଡ଼ି ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ଵରେ ରାଜ୍ୟବ୍ୟାପୀ ସଂଗଠନ ଖସଡ଼ା ପ୍ରସ୍ତୁତି ନିମନ୍ତେ ଏକ ରାଜ୍ୟ ଗ୍ରସ୍ତ କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି । ଯାହା ଦ୍ଵାରା ରାଜ୍ୟର ସମସ୍ତ ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡ଼ି ସଭାପତିଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ କରି ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରିବା ସହ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବାନିମନ୍ତେ ଏକ ସଂଗଠନ ଖସଡ଼ା ପ୍ରସ୍ତୁତ କରାଯିବ ।

ପ୍ରଥମ ଦିନରେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ବିଜେଡ଼ି କର୍ମକର୍ତ୍ତାଙ୍କୁ ନେ଼ଇ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଆଗାମୀ ଦିନରେ ବିଜୁ ଛାତ୍ର ଯୁବ ଜନତା ଦଳର କାର୍ଯ୍ୟକ୍ରମ ସ୍ଥିର କରିବା ସହ ସଙ୍ଗଠନକୁ ତୃଣମୂଳ ସ୍ତରରୁ ବ୍ୟାପକ କରିବା ନିମନ୍ତେ ସଂଗଠନ ଖସଡ଼ା ପ୍ରସ୍ତୁତ କରାଗଲା ।

ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁ ଜନତା ଦଳ ଭାରତ ବର୍ଷର ସର୍ବବୃହତ ଆଞ୍ଚଳିକ ଦଳ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବର୍ଷ ତମାମ ରାଜ୍ୟବ୍ୟାପୀ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରହେ । ଏହି ପରିପେଖିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲାରେ ସଂଗଠନ କର୍ମକର୍ତ୍ତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଯାହାଦ୍ଵାରା ରାଜ୍ୟବ୍ୟାପୀ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ସହ ଆଗାମୀ ଦିନର ଦଳର ଆଭିମୂଖ୍ୟ ଏବଂ ସଙ୍ଗଠନ ସମ୍ପର୍କରେ ଆଲୋଚନା କରାଗଲା ।















