ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି – ଜିଲ୍ଲା ପ୍ରଶାସନ
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ସଦର୍ ମହକୁମା ନିକଟବର୍ତ୍ତୀ ଇଟାମାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ , ନାରାୟଣୀ ଉଚ୍ଚ ବିଦ୍ୟାଳୟ ନା ଅଛି ଉପଯୁକ୍ତ ଶ୍ରେଣୀଗୃହ , ନା ଅଛି ପାଇଖନା ପିବା ପାଣି , ସାଇକେଲସଷ୍ଟାଣ୍ଡ ନ ଥିବାରୁ ଛାତ୍ରଛାତ୍ରୀମାନେ ଗଛମୂଳ ରେ ବିପଜ୍ଜନକ ଭାବରେ ସାଇକେଲ୍ ରଖୁଥିବାବେଳେ, ଖେଳକୁଦ କରିବା ପାଇଁ ଖେଳପଡିଆ ଟିଏ ମଧ୍ୟ ନାହିଁ ।
ବର୍ଷାଦିନେ ସ୍କୁଲ୍ ଛାତରୁ ପାଣି ଝରୁଥିବାବେଳେ , ସମୟେ ସମୟେ ବର୍ଷା ଯୋଗୁଁ ପାଠ ପଢା ମଧ୍ୟ ବନ୍ଦ ହୋଇଥାଏ । ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଅତ୍ୟନ୍ତ ନିମ୍ନମାନର ହେଉଥିବା କଥା ଛାତ୍ରଛାତ୍ରୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା ଏହି ସମସ୍ୟା ରେ ସୁଧାର ଆସିନାହିଁ । ଏହି ବିଦ୍ୟାଳୟରେ ,
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ପ୍ରଚଳିତ ଖାଦ୍ୟ ସାରଣୀ ର ଖୋଲାଖୋଲି ଉଲଂଘନ ହେଉଥିଲାବେଳେ ଯଦି ଛାତ୍ରଛାତ୍ରୀ ଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଆସେ , ତାହାଲେ ଜିଲ୍ଲା ପ୍ରଶାସନ ଦାଇ ରହିବେ ବୋଲି ଅଭିଭାବକ ମାନେ କହିଛନ୍ତି ଏବଂ ଜିଲ୍ଲା ଶିକ୍ଷାଅଧିକାରି ଙ୍କୁ ଏ ବିଷୟରେ ଅବଗତ କରିଥିବା କଥା କହିଛନ୍ତି ।