No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡା/ପୁରୀ :-> ଚୋରି ଯାଇଥିବା ‘ଗୋପିନାଥ’ ନାମକ ଏକ ବସକୁ କେନ୍ଦ୍ରାପଡା ସଦର ଥାନା ପୋଲିସ ଆଜି ଅପରାହ୍ନରେ ଜବତ କରିଛି । ପୁରୀରୁ ଚୋରି ହୋଇଥିବା ଏହି ବସଟିକୁ ପ୍ରଥମେ ପାରାଦୀପ ନିଆଯାଇଥିବା ବେଳେ ସେଠାରୁ ୫୩ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦ୍ରାପଡା ଆଡକୁ ବସଟି ଆସୁଥିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଣାଇଥିଲେ ।
ଖବର ପାଇବା ପରେ ଥାନା ଅଧିକାରୀ ଶ୍ରୀ ସାହୁ ତୁରନ୍ତ ଏକ ପୋଲିସ ଟିମକୁ ଶ୍ୟାମସୁନ୍ଦରପୁର ଗଡା ନିକଟରେ ୫୩ନମ୍ବର ଜାତୀୟ ରାଜପଥ ଉପରେ ସେହି ବସକୁ ଜଗିବାକୁ ନିର୍ଦେଶ ଦେଇଥିଲେ । ପୋଲିସ ଟିମ ଜଗିରହିଥିବା ବେଳେ ଆଜି ପୂର୍ବାହ୍ନ ୯ଟା ବେଳେ ସେହି ବସଟି ଦୃତ ଗତିରେ ପାରାଦୀପ ଆଡୁ ଆସୁଥିବା ଦେଖି ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେବି ବସଟି ଅଟକି ନଥିଲା ।
ଫଳରେ ପୋଲିସ ଗାଡି ସେହି ବସକୁ ଗୋଡାଇ କଜଳା ଗଡା ନିକଟରେ ଅଟକାଇଥିଲା । ପୋଲିସ ‘ଗୋପିନାଥ’ ବସ(ନଂ- ଓଡି-୧୩-ଭି ୭୫୧୫)କୁ ଜବତ କରି ଥାନାକୁ ଆଣିବା ସହ ବସ ଚାଳକ ଜଗତସିଂହପୁର ଜିଲ୍ଲା ହରିସିଂହପୁର ଗ୍ରାମର ଜ୍ଞାନରଞ୍ଜନ ସାହୁକୁ ଥାନାକୁ ଆଣି ଅଟକ ରଖିଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
No Result
View All Result