ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ସୋନାଲି (୧୧ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ, ରାଜ୍ୟ କମିଟି ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ମଧ୍ୟରେ ପ୍ରଭୁ “ଶ୍ରୀଲିଙ୍ଗରାଜ”ଙ୍କ ମନ୍ଦିର ସମ୍ମୁଖରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଧାରଣା ଦିଆଯାଇ ଥିଲା , ରାଜ୍ୟର ସମସ୍ତ ମନ୍ଦିର,ମସଜିଦ, ଚର୍ଚ, ଗୁରୁଦ୍ୱାର ଓ ଅନ୍ୟାନ୍ୟ ପୂଜାସ୍ଥଳୀ ସମ୍ପୂର୍ଣ ଭାବେ ଖୋଲାଯାଇ ସାମାଜିକ ଦୂରତା ରକ୍ଷାପୂର୍ବକ ସେବାୟତ ଓ ଭକ୍ତମାନଙ୍କୁ ପୂଜା ଅର୍ଚ୍ଚନା କରିବାକୁ ଅନୁମତି ଦେବା ଦାବିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ଅଛି l
ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ସାମାଜିକ ଦୂରତ୍ୱ ଏବଂ ଭାରତ ସରକାରଙ୍କର କୋଭିଡ ଗାଇଡ଼ ଲାଇନଅନୁଯାୟୀ ସଂପାଦନ କରାଯାଉଅଛି l ଏହି କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କ ରେ ମଧ୍ଯ ପାଳନ କରାଯାଉଛି ବୋଲି ସଂଗଠନ ତରଫରୁ ପ୍ରକାଶ କରାଯାଇଛି l ଏହିପରି କାର୍ଯ୍ୟକ୍ରମ ରେ ସଂଗଠନର ରାଷ୍ଟ୍ରିୟ ଅଧ୍ୟକ୍ଷ ଅଭିନ୍ନ ହୋତା, ରାଜ୍ୟ ଉପସଭାପତି ସୁଧାଂଶୁ ମହାନ୍ତି, ଉପଦେଷ୍ଟା କୈଳାଶ ମିଶ୍ର ପରିମଳ ବିଭାଗ ଅଧ୍ୟକ୍ଷ ନୀଳମଣି ମିଶ୍ର,
ସମ୍ପାଦକ ରାଜେଶ ମଲ୍ଲିକ, ରାଜ୍ୟ ଯୁଗ୍ମ ସମ୍ପାଦକ ଲୋକନାଥ (ବାବୁ)ନାୟକ, ସଂଜୀବ ମିଶ୍ର, ଲିନୁ ମିଶ୍ର, ରଶ୍ମି କାନ୍ତ ସାମଲ, ଭୁବନେଶ୍ୱର ଜିଲ୍ଲା ସଭାପତି ଗୋପାଳ ମକଦମ, ଉପସଭାପତି ସଞ୍ଜୟ ପରିଡା, ସମ୍ପାଦିକା ସସ୍ମିତା ପାହାଡ଼ସିଂ,ମେଡିଆ କୋଡିନେଟର ସୁଶାନ୍ତ ସେଠି, ଅନୁପମା ପାଢ଼ୀ, ଦିବ୍ୟ ଜ୍ୟୋତି ବିଶ୍ୱାଳ, ବୁଲୁ ବଟୁ, ମନୋରଞ୍ଜନ ବଟୁ ପ୍ରମୁଖ ଯୋଗଦେଇ ଥିଲେ l