୫୪୧ ଲୋକସଭା ଆସନ ମଧ୍ୟରୁ ୫୩୮ ଆସନରେ ବ୍ୟତିକ୍ରମ ପରିଲକ୍ଷିତ
ଭୋଟ ବ୍ୟତିକ୍ରମ ସୌଜନ୍ୟରୁ ୭୯ ଆସନରେ ବିଜେପିକୁ ଫାଇଦା
ଓଡ଼ିଶାର ୨୧ ଲୋକସଭା ଆସନରୁ ୧୮ ଆସନରେ ବ୍ୟତିକ୍ରମ
୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିକଟରେ ଜାତୀୟ ସ୍ତରରେ ପ୍ରକାଶିତ ହୋଇଥିବା ଏଡିଆର ରିପୋର୍ଟ ଓ ଭଏସ ଫର ଡେମୋକ୍ରେସୀ ରିପୋର୍ଟ ଉପରେ ଆଲୋକପାତ କରି ଏହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଥିଲେ । ସେ କହିଥିଲେ, ନିକଟରେ ଆସୋସିଏସନ ଫର ଡେମୋକ୍ରାଟିକ ରିପୋର୍ଟ ଓ ଭଏସ ଫର ଡେମୋକ୍ରେସି ପରି ଦୁଇ ଜାତୀୟ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି ଯେଉଁଥିରେ ଭୋଟ ଦିନ ପ୍ରକାଶିତ ହୋଇଥିବା ସମୁଦାୟ ଭୋଟ ଓ ଭୋଟ ଗଣତି ଦିନ ଜଣା ପଡ଼ିଥିବା ସମୁଦାୟ ଭୋଟର ପାର୍ଥକ୍ୟ ପାଞ୍ଚ କୋଟିରୁ ଅଧିକ ରହିଛି ।















