No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ସ୍ଥାନୀୟ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା କାର୍ଯ୍ଯାଳୟ ପରିସରରେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ଅଧ୍ଯକ୍ଷା ସୁମନ ସିଂଙ୍କ ପରିଦର୍ଶନ ଅବସରରେ ମହିଳା ସଶକ୍ତିକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ମୁଖ୍ଯ ଅତିଥି ଭାବେ ଶ୍ରୀମତୀ ସିଂ ଯୋଗଦେଇ ନାରୀ ହିଁ ସମସ୍ତ ପ୍ରଗତିର ମୂଳ ଉତ୍ସ ବୋଲି କହିଥିଲେ ।

ଘର ପରିବାର ଦେଶ ପ୍ରଦେଶ ଓ ସମାଜର ଉନ୍ନତି ପାଇଁ ନାରୀ ମାନେ ସଶକ୍ତ ହେବା ଦରକାର। ବର୍ତ୍ତମାନ ଘାସ କାଟିବା ଠାରୁ ଘୋଡା ଚଢିବା ପର୍ଯ୍ୟନ୍ତ ସକଳ କ୍ଷେତ୍ର ରେ ନାରୀ ମାନେ ଅଗ୍ରଣୀ। ସମୟ ଆହ୍ବାନ କରୁଛି ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ମାଆ ମାନେ ସମାଜର ମୁଖ୍ଯ ସ୍ରୋତକୁ ଆଗେଇ ଆସିଲେ ଆମେ ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ କରିପାରିବା ବୋଲି ବକ୍ତବ୍ଯ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର ମହିଳା ଓ ବାଲବିକାଶ ସଂଯୋଜିକା ସୁପ୍ରିତୀ ରଥ ଯୋଗଦେଇ ଭାରତ ବିକାଶ ପରିଷଦର ମହିଳା ଓ ବାଲବିକାଶ ସମ୍ବନ୍ଧୀୟ ବିଭିନ୍ନ ବାର୍ଷିକ କାର୍ଯ୍ୟକ୍ରମର ଟିପଣୀ ଦେଇଥିଲେ।

ଅନ୍ଯତମ ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ଯୋଗଦେଇ ସଂଗଠନ ସଂରଚନାର ବିଭିନ୍ନ ଦିଗ ବିଷୟ ରେ ଆଲୋକପାତ କରିଥିଲେ। ଓଡିଶା ପୂର୍ବ ପ୍ରାନ୍ତ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ ନୟାଗଡ଼ ଶାଖା ରେ ନୂତନ ଭାବେ ଯୋଗଦେଇ ଥିବା ତିନିଜଣ ସଦସ୍ଯଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶା ପୂର୍ବ ପ୍ରାନ୍ତ ଉପାଧ୍ୟକ୍ଷ ତଥା ନୟାଗଡ଼ ଶାଖାର ବରିଷ୍ଠ ସଦସ୍ଯ ଶ୍ରୀଧର ସାହୁ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ଶାଖା ସଂପାଦକ ଘନଶ୍ୟାମ ସାହୁ ଚଳିତ ବର୍ଷ ଶାଖା ଦ୍ବାରା ସଂପନ୍ନ ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ।

ସମାଜରେ ଅନେକ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବାରେ ପ୍ରମୂଖ ଦାୟିତ୍ୱ ବହନ କରି ସଫଳ ହୋଇଥିବା ଚାରି ଜଣ ଉଦ୍ଯୋଗୀ ମହିଳା ଙ୍କୁ ଶାଖା ତରଫରୁ କ୍ଷତ୍ରୀୟ ଅଧ୍ଯକ୍ଷା ଶ୍ରୀମତୀ ସିଂ ସମ୍ବର୍ଦ୍ଧିତ କରିଥିଲେ। ଶାଖା ଗଠନ କରିବାରେ ଅଗ୍ରଣୀ ଭୂମିକା ବହନ କରିଥିବା ଶାଖା ର ପ୍ରତିଷ୍ଠାତା ପ୍ରଫେସର ହରପ୍ରସାଦ ମହାପାତ୍ର ଓ ଭୂମି ଦାନ କରି ଶାଖା କୁ ଗତିଶୀଳ କରିଥିବା ଭାରତ ବିକାଶ ପରିଷଦ ନବଗଡ ଶାଖା ଶ୍ରୀକମଳାଦେବୀ ନ୍ଯାସର ଅଧ୍ଯକ୍ଷ ପ୍ରଫେସର ଶ୍ରୀଧର ମିଶ୍ର ଙ୍କୁ ପ୍ରାନ୍ତ ତରଫରୁ କୃତଜ୍ଞତା ସ୍ବରୂପ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।

ତତ୍ ସହିତ ଦଶପଲ୍ଲା ଶାଖାର ପ୍ରତିଷ୍ଠାତା ଲିପିକା ନାୟକ ଓ ଦଶପଲ୍ଲା ଶାଖାର ଅଧ୍ଯକ୍ଷ ସୁରେଶ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ୬୦ ଜଣରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିବା ବେଳେ ୪୦ ଜଣ ରୁ ଉର୍ଦ୍ଧ୍ବ ପୁରୁଷ ସଦସ୍ଯ ଯୋଗଦେଇ ଥିଲେ। ପରିଶେଷରେ ଶାଖାର ବରିଷ୍ଠ ସଦସ୍ଯା ଡକ୍ଟର ସୁକାନ୍ତି ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ ।
No Result
View All Result