No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ସେବା Task force meeting ଅନୁଷ୍ଠିତ ହୋଇଯାଇଅଛି । ପଦ୍ମ ଚରଣ ସାହୁ ( BDO)ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସୌଦାମିନୀ ପଣ୍ଡା ( CDPO) ଡାକ୍ତର ବନମାଳୀ ପଣ୍ଡା ଅତିରିକ୍ତ ଚିକିତ୍ସା ଅଧିକାରୀ ( ମ୍ୟାଲେରିଆ ) ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନଙ୍କ ଓ ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।
ଆସନ୍ତା ୧୦ ତାରିଖ ଦିନ ଜାତୀୟ କୃମି ନାଶକ ଦିବସ କା୍ଯ୍ୟକ୍ରମ କୁ ୧ ବର୍ଷ ରୁ ୧୯ ବର୍ଷ ବୟସ ସମସ୍ତ ପିଲାମାନଙ୍କୁ କୃମି ନାଶକ ଔଷଧ ସେବନ କରାଯିବ । ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଟିବି ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ୧୮ ରୁ ଉର୍ଦ୍ଧ ବୟସ୍କ ମାନଙ୍କ ପାଇଁ ବିସିଜି ଟୀକା ନେବା ପାଇଁ ସଚେତନ କରିବେ । ରାଷ୍ଟିୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ରେ ସ୍କୁଲ ଓ ଅଙ୍ଗନବାଡି ମାନଙ୍କରେ ୦ ରୁ ୧୮ ବର୍ଷ ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ସେବା ଉପରେ ସୁବିଧା ଦିଆଯାଉଛି । ସମନ୍ୱିତ ସ୍ବାସ୍ଥ୍ୟ ଶର୍ବେକ୍ଷଣ ଅଭିଯାନ ସୁରୁ ଖୁରୂରେ ଚାଲିବା ପାଇଁ ନିଷ୍ଟତି ହୋଇଥିଲେ । ପ୍ରଭାକର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result