No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମପଞ୍ଚାୟତ ଅଧୀନସ୍ତ ଠଣ।ପଲ୍ଲୀ ଗ୍ରାମର ମାଳିସାହିରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଆଜି ବହୁ ସମୟ ଧରି ମୁଷଳ ଧାରାରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ଅନେକ ଲୋକଙ୍କ ରାସ୍ତାଘାଟର ବର୍ଷା ପାଣି ସମସ୍ତଙ୍କ ଘରେ ପଶି ବାଡି ପଛପଟକୁ ବୋହିଯାଇଛି । ଫଳରେ ଚଳାଚପର ମାଟିଘରର ମାଟିଚଟାଣ ଓଦା ହେବl ସହିତ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଘରେ ପାଣିପଶି ଯିବାରୁ ଦୁଆର ମୁହଁରେ ବାଲିବସ୍ତା ଦେଇ ଲୋକମାନେ ଜଗି ବସିଛନ୍ତି ।

ମାଳିସାହି ଗ୍ରାମର ଦାଶରଥି ମହାପାତ୍ର, ତ୍ରିନାଥ ମହାପାତ୍ର, ମୋହନ ମହାପାତ୍ର,ଗୋପାଳ ଚନ୍ଦ୍ର ସାହୁ, ବିଶ୍ଵନାଥ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ଦଣ୍ଡପାଣି ମହାପାତ୍ର, ବିରଞ୍ଚି ସେଠୀ ଓ ବିଜୟ ମହାପାତ୍ର ପ୍ରମୁଖଙ୍କ ଘରେ ବର୍ଷାପାଣି ପଶିଯିବାରୁ କ୍ଷତି ଗ୍ରସ୍ଥ ହୋଇଛନ୍ତି। ଏହି ଖବର ପାଇ ବୋଲଗଡ଼ ତହସିଲଦାର ନିବେଦିତା ପରିଡା ଓ ଧଳାପଥର ରଜସ୍ବ ନିରୀକ୍ଷକ, ଠଣାପଲ୍ଲୀ ଗ୍ରାମର ବର୍ଷା ପାଣି ଘେରା ଅଞ୍ଚଳ ପରିଦର୍ଶନ କରିଥିଲେ l

ଏହି ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷେତି ହୋଇଥିବା ଲୋକମାନଙ୍କର ସ୍ତବର ଅସ୍ତବର ସମ୍ପତି ଓ ଭାଙ୍ଗିଯାଇଥିବା ଘରର ମାଟି କାନ୍ଥ ଆକଳନ କରିଅଛନ୍ତି l ଲୋକମାନଙ୍କୁ ଶ୍ରୀଘ୍ର ମୁଖମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ସାହାଯ୍ୟ ଓ ଜରିପlଲ ଯୋଗାଇ ଦିଆଯିବ ବୋଲି ଲୋକମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଅଛନ୍ତି l ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ନାମ ତାଲିକା ଓ ଆସବାବ ପତ୍ର ତାଲିକା ଆଜି ତହସିଲଦାର ନିବେଦିତା ପରିଡା ଖୋର୍ଦ୍ଧା ଜିଲ୍ଲାପାଳନକୁ ଅବଗତ କରାଇଅଛନ୍ତି l

ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଓ ତହସିଲଦାର ନିବେଦିତା ପରିଡା ମିଳିତ ଭାବେ ଠଣାପଲ୍ଲୀ, ବାଳସିଂହ, ଓ ପଲ୍ଲୀ ବାଳସିଂହ ଗ୍ରାମଗୁଡିକ ପରିଦର୍ଶନ କରି ପାଣିଘେରରେ ରହିଥିବା ଲୋକମାନଙ୍କର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ l ଖୋର୍ଦ୍ଧା ପ୍ରଶାସନ ଏଥି ପ୍ରତି ଆବଶକୀୟ ସହଯୋଗ ପ୍ରଦାନ କରିବାକୁ ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି ଓ ଜନସାଧାରଣମାନେ ଦୃଢ଼ ଦାବୀ କରିଛଅନ୍ତି ।


No Result
View All Result