No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଫୁଲବାଣୀ ସହର ବିଜୁଜନତା ଦଳ ପକ୍ଷରୁ ସ୍ବର୍ଗତ ପ୍ରଦୀପ ମୁନୀଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶୋକସଭା ବିଜୁ ଜନତା ଦଳର ଫୁଲବାଣୀ ନଗର ସଭାପତି ବିମଳେନ୍ଦୁ ପାଢ଼ୀଙ୍କ ନେତୃତ୍ୱରେ ନେତୃତ୍ୱରେ ହୋଇଥିଲା । କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ସରୋଜ କର୍ଣ୍ଣ ପରିଚାଳନା କରିଥିଲେ । ଊପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ମାନେ ପ୍ରଥମେ ସ୍ବର୍ଗତ ପ୍ରଦୀପ ମୁନୀଙ୍କ ତୈଳ ଚିତ୍ର ରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।

ତାଙ୍କର ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଦଳର ଜିଲ୍ଲା ସଭାପତି ଅଙ୍ଗଦ କହଁର, ବରିଷ୍ଠ ସଦସ୍ୟ ପଞ୍ଚାନନ କହଁର, କମଳା କାନ୍ତ ପାଣ୍ଡେ,ପୁନମ କହଁର,ମୃତ୍ୟୁଞ୍ଜୟ ପେରା,ସୂନୀଲ ସେଠୀ,ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶଶ୍ମିତା କହଁର,ବିଜେଡି ପରିଚାଳନା କମିଟିର ସଦସ୍ୟ ପ୍ରତାପ ପାତ୍ର,ଶିବପ୍ରସାଦ ତ୍ରିପାଠୀ,ରାଧାମୋହନ ମହାପାତ୍ର,ସତ୍ୟ ନାରାୟଣ ବେହେରା,
ବିମଳ କହଁର,କମଳ ବେହେରା,ମନୋଜ ପଟ୍ଟନାୟକ,ବିରେନ୍ଦ୍ର କହଁର,ସୁରେନ୍ଦ୍ର ଆଚାର୍ଯ୍ୟ,ସରୋଜ କର୍ଣ୍ଣ ପ୍ରମୁଖ ସ୍ବର୍ଗତ ପ୍ରଦୀପ ମୁନୀଙ୍କ ରାଜନୈତିକ କାର୍ଯ୍ୟ କଳାପ ଏବଂ ଏଥିପାଇଁ ତାଙ୍କର ଅତୁଳନୀୟ ସାହସ ବୁଦ୍ଧିମତ୍ତା ତଥା ପରୋପକାରୀ କାର୍ଯ୍ୟ ବାବଦରେ କହି ତାଙ୍କର ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମରେ କାଉନସିଲର ରାଜେନ୍ଦ୍ର ପାଢ଼ୀ,ଦୁର୍ଯ୍ୟୋଧନ ମହାପାତ୍ର,ପ୍ରଫୁଲ୍ଲ ନାୟକ ଏବଂ ଶତାଧିକ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇ ନିଜନିଜର ଶୋକ ବ୍ଯକ୍ତ କରିଥିଲେ ।
No Result
View All Result