୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଯାତ୍ରୀଙ୍କ ପାଇଁ ବିପଦ ପାଲଟୁଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ବ୍ଲକର କୁଲୁରୁକୁମ୍ପା ପଞ୍ଚାୟତ ସ୍ଥିତ ବାଣୀବିରୀ ଘାଟି।ଦୈନଦିନ ଏହି ରାସ୍ତା ଉପରେ ହଜାର ହଜାର ଗାଡ଼ି ମଟର ଯିବା ଆସିବା କରେ ।କାରଣ ଏହି ରାସ୍ତା ଖୋର୍ଦ୍ଧା – ବଲାଙ୍ଗୀର ର ମୁଖ୍ୟ ରାସ୍ତା ।

ତେବେ ଏହି ରାସ୍ତାରେ ଥିବା ବାଣୀବିରି ଘାଟି ଉପରୁ ଆଜି ମାଟି ଅତଡ଼ା ଖସି ଯାତ୍ରୀଙ୍କ ପାଇଁ ଭୟ ସୃଷ୍ଟି କରିଛି ।ବିପଦ ଜନକ ଭାବରେ ଗାଡ଼ିମଟର ଏହି ରାସ୍ତା ମଧ୍ୟ ଦେଇ ଯିବା ଆସିବା କରୁଛି ।ତେବେ ଗତ କିଛିଦିନ ହେବ ଲଗାଣ ବର୍ଷା ହେତୁ ମାଟି ଧୋଇହୋଇ ରାସ୍ତାକୁ ମାଟି ଅତଡ଼ା ଖସିବା ସହ ପଥର ମଧ୍ୟ ଖସୁଥିବା ଶୁଣିବାକୁ ମିଳିଛି ।
















