ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ମୟୂରଭଞ୍ଜ :- ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ବଯୋଡ଼ାରେ ୧୦୮ କର୍ମଚାରୀ ଭୁଲିଗଲେ ନିଜ ଦାୟିତ୍ବ । ଛୁଆକୁ ବଞ୍ଚାଇବା ଲାଗି ମାର କରୁଣ ନିବେଦନ, କାକୁତିମିନତି ତରଳାଇ ପାରିଲାନି ଫାର୍ମାସିଷ୍ଟ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମନ ।
ଗୁରୁତର ଅସୁସ୍ଥ ଶିଶୁଟିକୁ ଆମ୍ବୁଲାନ୍ସରେ ଛାଡ଼ି ଉଭୟ କର୍ମଚାରୀ ଢାବାରେ ଭୋଜନ ପାଇଁ ଅଟକିଲେ । ଢାବାରେ ଖାଇପିଇ ୨ ଘଣ୍ଟା ପରେ ବାହାରିବା ବେଳକୁ ଶିଶୁଟିର ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ବଯୋଡ଼ାରେ ।