ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ଫୁଲବାଣୀ :- ଫୁଲବାଣୀ ସହର ଜଣେ ଅସହାୟକ ବୃଦ୍ଧ ରାସ୍ତାରେ ଚାଲିବା ସମ୍ଭବ ହୋଇ ନ ଥିବାରୁ ନିଜେ ଡ୍ୟୁଟିରେ ଥିଲେ ମଧ୍ୟ ଅନ୍ୟକୁ ଡ୍ୟୁଟିରେ ରଖି ସେ ଉକ୍ତ ବୃଦ୍ଧଙ୍କୁ ନେଇ ବ୍ୟାଙ୍କରେ ଛାଡ଼ିଥିଲେ ଓ ଆବଶ୍ୟକ ସ୍ଥଳେ ପୁଣି ଡ଼ାକିବାକୁ ମଧ୍ୟ କହିଥିଲେ । ଏଭଳି ଏକ ଘଟଣା ଆଜି ଦେଖାଯାଇଛି ଫୁଲବାଣୀ ସହରରେ । ମହିଳା ହୋମଗାର୍ଡ଼ଙ୍କ ଏଭକି କାର୍ଯ୍ୟକୁ ରାସ୍ତାରେ ଯାଉଥିବା ବହୁ ବ୍ୟକ୍ତି ବେଶ୍ ପ୍ରଶଂସା କରିଛନ୍ତି ।
ଖବର ପ୍ରକାରେ , ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଯେଉଁ ସମୟରେ ଦୋକାନ ବଜାର ଖୋଲା ରହିବ ସେହି ସମୟରେ କେହି ବଜାର ମଧ୍ୟକୁ ଯାନ ବାହାନ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଏଭଳି ସ୍ଥଳେ ବଜାର ମଧ୍ୟରେ ଫୁଲବାଣୀ ଏସ୍ବିଆଇ ବ୍ୟାଙ୍କର ମୁଖ୍ୟ ଶାଖା ଥିବା ବେଳେ ଆଜି ଜଣେ ବ୍ୟକ୍ତି ବ୍ୟାଙ୍କ କାର୍ଯ୍ୟପାଇଁ ଏକ ଅଟୋ ଦ୍ୱାରା ଆସିଥିଲେ ମଧ୍ୟ ବଜାର ଭିତରକୁ ଅଟୋ ଯିବା ମନା ହୋଇଥିବ ଯୋଗୁଁ ଅଟୋ ଚାଳକ ଜଣକ ଉକ୍ତ ବୃଦ୍ଧଙ୍କୁ ରାସ୍ତାରେ ଛାଡ଼ି ପଳାଇଥିଲା ।
ସେହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଓ ପୁଲିସ୍ କର୍ମଚାରୀମାନେ ଉକ୍ତ ଅଟୋ ଚାଳକକୁ ଅନ୍ୟ ରାସ୍ତାରେ ବ୍ୟାଙ୍କ୍ ପର୍ଯ୍ୟନ୍ତ ଯିବାକୁ କହିଥିଲେ ମଧ୍ୟ ଅଟୋ ଚାଳକ କିଛି ନ ଶୁଣି ସେଠାରୁ ଚାଲିଯାଇଥିଲା । ଦୁଇ ପାଦ ମଧ୍ୟ ଚାଲିକି ଯିବା ସମ୍ଭବ ନଥିବା ଉକ୍ତ ବୃଦ୍ଧଙ୍କୁ ଧରି ତାଙ୍କ ପୁଅ ଓ ସ୍ତ୍ରୀ କାନ୍ଦେଇକି ନେଉଥିବା ବେଳେ ସେହି ସମୟରେ ସେଠାରେ ଦାୟିତ୍ୱରେ ଥିବା ମହିଳା ଗୃହରକ୍ଷୀ ତଥା ପ୍ଳାଟୁନ୍ କମାଣ୍ଡର ସୁନିତା ପାତ୍ର ତୁରନ୍ତ ବିଳମ୍ବ ନକରି ନିଜର ସ୍କୁଟି ଦ୍ୱାରା ଉକ୍ତ ବୃଦ୍ଦଙ୍କୁ ନେଇ ବ୍ୟାଙ୍କରେ ଛାଡ଼ିଥିଲେ । (ରିପୋର୍ଟ /କୈଳାସ ପରିଡା)