୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ନୂଆଗଡ଼ ଲକ୍ଷ୍ମୀ ନାରାୟଣ ବିଦ୍ୟାପୀଠ ଠାରେ ଜିଲ୍ଲା ଜୁନିଅର ରେଡ଼କ୍ରସର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରକୁ ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ବଳ ସାଧନ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଶିହଳ ମନ୍ତ୍ର ଉଚ୍ଚାରଣ କରିଥିଲେ l ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଜୁନିଅର ରେଡକ୍ରସର ଇତିହାସ, ବିଦ୍ୟାଳୟରେ ରେଡ଼କ୍ରସର ଭୂମିକା ସମ୍ପର୍କରେ ଶିକ୍ଷା ଦାନ କରିଥିବା ବେଳେ ରକ୍ତର ଗ୍ରୁପ ଓ ରକ୍ତ ଦାନର ଉପକାରିତା ବିଷୟରେ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ ଶିକ୍ଷା ଦାନ କରିଥିଲେ l















