No Result
View All Result
୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିକିଟି :-> ଚିକିଟି ନବନିର୍ବାଚିତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ଦ୍ୱାରା ଚିକିଟୀ ମେଡିକେଲ ନିକଟରେ ଥିବା ଆହାର କେନ୍ଦ୍ର କୁ ଅଚାନକ ପରିଦର୍ଶନ କରି ଉକ୍ତ କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ର ଗୁଣ ପରୀକ୍ଷା କରିଥିଲେ l ଏହି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ପରିବେଷଣ ସମୟରେ ସ୍ୱଛତା ଉପରେ ମଧ୍ୟ ଗରୁତ୍ବ ପ୍ରଦାନ କରିଥିଲେ l
ଏହି ଅବସରରେ ଉପସ୍ଥିତ ମହିଳା ସଂହାୟିକା ସଙ୍ଘ ସହ ମଧ୍ୟ ଆଲୋଚନା କରିଥିଲେ l ଉକ୍ତ ଆଲୋଚନା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l ପରେ ପ୍ରଦାନ କରାଯାଉଥିବା ଖାଦ୍ୟକୁ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଅଧିକାରୀ ଙ୍କ ସହ ବସି ଖାଇ ସନ୍ତୋଷ ଲାଭ କରିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ।
No Result
View All Result