୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ ଜିଲ୍ଲା :-> ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୋମବାର ନୟାଗଡ଼ ଜିଲ୍ଲା ପରିଷଦ ସୃଜନ କକ୍ଷରେ ମତ୍ସ୍ୟ, ପ୍ରାଣୀସମ୍ପଦ ବିକାଶ ଓ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ତି ।

ଏହି ଅବସରରେ ସେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଯୋଜନା ତଥା କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ତୃଣମୂଳ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ଜିଲ୍ଲାରେ ଉତ୍ପାଦନ ବୃଦ୍ଧି ସହ ହିତାଧିକାରୀଙ୍କ ଆୟ ବୃଦ୍ଧି ଦିଗରେ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଇଥିଲେ ।















