୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ଦେବତ୍ତୋର କଲୋନୀ ରେ ବିଶିଷ୍ଠ ଶିକ୍ଷକ ପ୍ରମୋଦ କୁମାର ହୋତାକଂ ତତ୍ବାବଧାନରେ ପରିଚାଳିତ ,ୟୁ ସି ମାସ୍ (Universal Concept of Mental Arithmatic System) ର ଏକ ମତିସ୍କ ଶକ୍ତି ପରିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଜୁଲାଇ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥୁରେ ନୟାଗଡ ୟୁ ସି ମାସ୍ ର ୪୮ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଏହି ପ୍ରତିଯୋଗୀତା ମୁଖ୍ୟତଃ ୩ ପ୍ରକାର ହୋଇଥିଲା ।















