• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉପ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରସଙ୍ଗରେ ମନ୍ତବ୍ୟ : କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ – ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
August 6, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଉପ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରସଙ୍ଗରେ ମନ୍ତବ୍ୟ  : କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ – ବିଜେଡି
Share on FacebookShare on TwitterWhatsapp

 ଆଦିବାସୀ ସମ୍ପ୍ରଦାୟର ଜଣେ ନେତା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉ ଥିଲା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଦିବାସୀ ବିରୋଧୀ ମନ୍ତବ୍ୟ ଗ୍ରହଣୀୟ ନୁହେଁ

 ଜିଏସଟି ଲାଗୁ ହେବା ପରେ କେନ୍ଦୁପତ୍ର ତୋଳାଳିଙ୍କ ବୋନସ କମିଛି

 ୨୦୧୯ ନିର୍ବାଚନରେ ବିଜେପିର କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରତିଶ୍ରୁତି ବିଡି କମ୍ପାନୀଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା କି ?

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ଶ୍ରୀ ସଞ୍ଜିତ ମହାନ୍ତି କହିଛନ୍ତି, କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ ଓ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ । ତାଙ୍କ ବକ୍ତବ୍ୟରୁ ପ୍ରତୀୟମାନ ହେଉଛି ଯେ ସେ ଓଡ଼ିଶାର ଅଗଣିତ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ଅନ୍ୟ ରାଜ୍ୟମାନଙ୍କ ସହ ସ୍ୱର ମିଳେଇବାକୁ ବେଶୀ ପସନ୍ଦ କରୁଛନ୍ତି ।

ଶ୍ରୀ ସିଂଦେଓଙ୍କ ଭାଷାରେ ଯଦି କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାହେଲେ ବିଜେପି ତାର ୨୦୧୯ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା କାହିଁକି ? ଶ୍ରୀ ସିଂଦେଓଙ୍କ ମନ୍ତବ୍ୟ ଅନୁଯାୟୀ ଯଦି ଜିଏସଟି ଉଛେଦ ହେଲେ ବିଡି କମ୍ପାନୀଙ୍କୁ ସୁହାଇବ ତାହେଲେ ୨୦୧୯ ନିର୍ବାଚନରେ ବିଜେପିର କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରତିଶ୍ରୁତି କ’ଣ ବିଡି ତିଆରି କମ୍ପାନୀ ମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଥିଲେ । ପ୍ରତିଶ୍ରୁତି ଦେଇ ପାଳନ ନ କରିବା ବିଜେପିର ପୁରୁଣା ଅଭ୍ୟାସ କିନ୍ତୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିବାର ଆବଶ୍ୟକତା ଅଛି ।

କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ହେଲେ କେନ୍ଦୁପତ୍ର ତୋଳାଳୀ ନୁହେଁ ବରଂ ଏହାକୁ କିଣୁଥିବା ବ୍ୟବସାୟୀମାନେ ଲାଭବାନ ହେବେ ବୋଲି ଶ୍ରୀ ସିଂଦେଓ ଦେଇଥିବା ମନ୍ତବ୍ୟ ମଧ୍ୟ ଗ୍ରହଣୀୟ ନୁହେଁ । ୧୮% ଜିଏସଟି ଲାଗୁ ହେବା ପରେ, କେନ୍ଦୁପତ୍ର କିଣୁଥିବା ବ୍ୟବସାୟୀମାନେ ଟିକସ ମୂଲ୍ୟକୁ ମିଶାଇ କେନ୍ଦୁପତ୍ର ମୂଲ୍ୟ ପ୍ରଦାନ କରୁଛନ୍ତି, ଯେଉଁ କାରଣରୁ ପରିଶେଷରେ କେନ୍ଦୁପତ୍ର ତୋଳାଳୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦୁପତ୍ର ଉପରେ ଜିଏସଟି ଲାଗିବା ପୂର୍ବରୁ ରାଜ୍ୟରେ କେନ୍ଦୁପତ୍ର ବ୍ୟବସାୟ ପ୍ରାୟ ସାତ ଶହ କୋଟି ଟଙ୍କା ବ୍ୟବସାୟ ହେଉଥିବା ବେଳେ ଜିଏସଟି ଲାଗୁ ହେବା ପରେ ଏହି ବ୍ୟବସାୟ ପାଞ୍ଚ ଶହ ଚାଳିଶ କୋଟିକୁ ଖସି ଆସିଛି । ୨୦୧୬-୧୭ ମସିହାରେ,

କେନ୍ଦୁପତ୍ର ତୋଳାଳିଙ୍କୁ ଶହେ ପ୍ରତିଶତ ବୋନସ ଦିଆଯାଉଥିବା ବେଳେ ଜିଏସଟି ଲାଗୁ ହେବା ପରେ ଲାଭର ପରିମାଣ କମ ହେବାରୁ ଏହା ପଚାଶ ପ୍ରତିଶତକୁ ଖସି ଆସିଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ କାର୍ଯ୍ୟରତ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଏଥିରୁ ନବେ ପ୍ରତିଶତ ମହିଳା ଅଟନ୍ତି । ଆଦିବାସୀ ସମ୍ପ୍ରଦାୟର ଜଣେ ନେତା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉ ଥିଲା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଦିବାସୀ ବିରୋଧୀ ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଆଶା କରୁଛୁ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ ଏଥିରେ ହସ୍ତକ୍ଷେପ କରି ରାଜ୍ୟର କେନ୍ଦୁପତ୍ର ତୋଳାଳିଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version