ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ଢେଙ୍କାନାଳ :- ଢେଙ୍କାନାଳ ,ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ କୁହାଯାଉଥିବା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସାଢ଼େ ଚାରି କୋଟି ଓଡିଆଙ୍କ ସ୍ଵାର୍ଥକୁ ଦେଖି ମମତା ଯୋଜନାଠୁ ଆରମ୍ଭ କରି ହରିଶ୍ଚନ୍ଦ୍ର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାନ କରିଛନ୍ତି । ତା ବାଦ୍ ଲୋକଙ୍କ ନିକଟରେ ସୁସ୍ଥ ଓ ସ୍ବଚ୍ଛ ଶାସନ ପହଞ୍ଚାଇବା ନିମନ୍ତେ ମୋ ସରକାର ଏବଂ 5T ଭଳି ବହୁ ପଦକ୍ଷେପ ମାନ ନିଆଯାଇଛି ।
କିନ୍ତୁ ଏ ସବୁ ପଦକ୍ଷେପ ଓ ଯୋଜନା ମାନ ଯେମିତି ସାତ ସପନ ପାଲଟିଯାଇଛି ଏହି ଚାରି ବୃଦ୍ଧାଙ୍କ କ୍ଷେତ୍ରରେ । ନା ଜାଗା ଖଣ୍ଡେ ଅଛି କି ରହିବାକୁ ବିଜୁ ପକ୍କା ଘର । ଥରେ କି ଦିଥର ନୁହେଁ, ଚାରିଜଣ ଯାକ ଚାରି ଚାରିଥର ଚାରି ପୁରି ପାଞ୍ଚପାଳି ସରକାରଙ୍କ ଜିଲ୍ଲା ପ୍ରଶାସନକୁ, ପୌର ନିର୍ବାହୀ ଅଧିକାରୀ ଧାଇଁ ଧାଇଁ ଅଣାୟତ୍ତ, ହେଲେ ସାମାନ୍ୟ ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡକ ମିଳିପାରିଲା ନାହିଁ ।
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପୌରାଞ୍ଚଳ ଏକ ନମ୍ବର ୱାର୍ଡ ଶ୍ୟାମାଚରଣପୁର ଶବର ସାହି ଅଞ୍ଚଳରୁ । ବର୍ତମାନ କରୋନା ମହାମାରୀ ବିପଦ ଚାଲିଛି । ଚଳିବା କଷ୍ଟକର ବ୍ୟାପାର ହୋଇପଡିଛି । ତଥାପି ନିଜର ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆଶା ଓ ଅପେକ୍ଷାରେ ଚାହିଁ ରହିଛନ୍ତି ଏହି ଚାରି ବୃଦ୍ଧା ଗୋବିନ୍ଦ ବେହେରା,ଭୋଳା ପଧାନ,ଚଞ୍ଚଳା ପଧାନ, ଏବଂ ମୁକୁତା ବେହେରା । ( ରିପୋର୍ଟ – ଅମର ରଞ୍ଜନ ଦାସ )