No Result
View All Result
୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ସି ଏଚ୍ ସି ମହିପୁର ଦ୍ଵାରା ଜାତୀୟ କୃମି ନାଶକ ଦିବସ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।
ଆୟୁଷ ଡାକ୍ତର ରଶ୍ମିରଞ୍ଜନ ସାମନ୍ତ ସିଂହାର ,ବି ପି ଏମ ଡାଏନା ରାଣୀ ଦାଶ ଉପସ୍ଥିତ ରହି କୃମି ନାଶକ ଦିବସ ପାଳନ ର ଆବଶ୍ୟକତା , ଛାତ୍ର ଛାତ୍ରୀ ଙ୍କ ପାଇଁ କୃମି ନାଶକ ବଟିକା ର ଆବଶ୍ୟକତା,କୃମି ନାଶକ ବଟିକା କିପରି ଛାତ୍ର ଛାତ୍ରୀ ଙ୍କୁ ସୁଚାରୁରୂପେ ବଣ୍ଟନ କରାଯିବ ଯାହାକି ଛାତ୍ର ଛାତ୍ରୀ କୃମି ମୁକ୍ତ ହୋଇପାରିବେ,ପିଲାମାନେ କୃମି ମୁକ୍ତ ହେଲେ ସେମାନଙ୍କ ଶାରିରୀକ ,
ମାନସିକ , ଏବଂ ପୋଷଣ ସ୍ଥିତି କିପରି ସଠିକ୍ ରହିବ ସେ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବୁଝାଇଥିଲେ।ନୂଆଗାଁ, ଭରତ ନୋଡାଲ, ସଂପଡା, ଜଗନ୍ନାଥ ପ୍ରସାଦ, ସିମିଳି ସାହୁ କ୍ଲଷ୍ଟରରୁ ୫୧ ଜଣ ଶିକ୍ଷକ ,ଶିକ୍ଷୟତ୍ରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ର ସଫଳ ପରିଚାଳନା ରେ ସି ଆର ସି ସି ଶ୍ରୀନିବାସ ରଥ,କୈଳାଶ ଚନ୍ଦ୍ର ନାୟକ, ପ୍ରସନ୍ନ ବେହେରା,ନିମେଇ ଚରଣ ସାହୁ ସହଯୋଗ କରିଥିଲେ।
No Result
View All Result