No Result
View All Result
୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୁଆଁରିଆ :-> କୁଆଁରିଆ ବନ୍ଧ ରେ ଜଳ ମଗ୍ନ ହୋଇ ଥିବା ଚାଷୀ ଓ ଜନସାଧାରଣ ଅଳ୍ପଦିନତଳେ, ମାନ୍ୟବର ରାଜ୍ୟପାଳଙ୍କୁ ଭେଟି , କୁଆଁରିଆ ବନ୍ଧ ନିର୍ମାଣ ସମୟରେ କ୍ଷତି ହୋଇଥିବା ଜମିର ସହାୟତା ଉଦେଶ୍ୟ ରେ ଗୁହାରି ଜଣାଇ ଥିଲେ । ରାଜ୍ୟପାଳ ମହୋଦୟ ନୟାଗଡ଼ ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ ଚିଠି କରିଥିଲେ । ସେହି ଚିଠି ଅନୁସାରେ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଚନ୍ଦ୍ର ଦଳବେହେରା ଙ୍କ ନେତୃତ୍ୱ ରେ ଆଜି ବିସ୍ଥାପି ଙ୍କ ଏକ ପ୍ରତିନିଧି ଦଳ ,ଜିଲ୍ଲାପାଳ ନୟାଗଡ଼ ଙ୍କୁ ଭେଟିଥିଲେ ।
ଆଜି ନୟାଗଡ଼ ଜିଲ୍ଲାପାଳ ବିସ୍ଥାପିତ ଜନସାଧାରଣ ଙ୍କୁ ପ୍ରତିଶୃତି ଦେବା ସହିତ ଭୂ.. ଅର୍ଜନ ମଣ୍ଡଳ ଅଧିକାରୀ ଙ୍କୁ ଡାକି, କ୍ଷୟକ୍ଷତି ହୋଇଥିବା ଚାଷୀ ଓ ଜନସାଧାରଣ ଙ୍କ ତାଲିକା କରି ତାଙ୍କର ସମ୍ପୂର୍ଣ ଠିକଣା ଓ ମୋବାଇଲ ନମ୍ବର ଲେଖିବା ପାଇଁ କହି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦେଶ ଦେଇ ଥିଲେ । ଏହା ପରେ ଭୂ. ଅର୍ଜନ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି , କ୍ରମାନ୍ୱୟ ରେ ସମସ୍ତ ହିତାଧିକାରୀ ଙ୍କ ନାମ ଠିକଣା ଓ ମୋବାଇଲ ନମ୍ବର ଲେଖି ଥିଲେ ଓ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଥିଲେ ।
ଏହି କ୍ଷତିଗ୍ରସ୍ଥ ମାନେ ହେଲେ , ନରାଜିପଡା, ଓଡ଼ସର,ରୟତ ଓଡ଼ଶର ଗ୍ରାମର ସୁକୁଦେବ ନାଏକ, ଗୌରାଙ୍ଗ ଦେହୁରୀ, ସୁଶାନ୍ତ ପ୍ରଧାନ, ତ୍ରିନାଥ ପରିଡା,ସତ୍ୟ ଭୋଇ, ବସନ୍ତ ଯାନୀ, ବିଳାସ ପ୍ରଧାନ, ସତ୍ୟ ଭାମା ପ୍ରଧାନ, ମାତା ଦଳ ବେହେରା, ମହେଶ୍ୱର କର୍ମୀ, ସୁମନ୍ତ ଦଳ ବେହେରା, ଶାନ୍ତି ଦଳବେହେରା, ବିଦ୍ୟାଧର ଦେହୁରୀ, ରୁକୁଣା ନାୟକ,କରୁଣା ଦଳବେହେରା, ମହାରିଗୀ ଖମାରି, ଫୁଲ ମହାରଣା, ତଅପୋଇ ନାଏକ,ପୋଇନ ଯାନୀ ।
No Result
View All Result