୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦିନକୁ ଦିନ ଦିଗଭ୍ରଷ୍ଟ ହେବାରେ ଲାଗି ଛି ସମାଜ । ବେ – ରୋଜଗାରୀ ଓ ନିଶା କବଳରେ ବି – ପଥଗାମୀ ଯୁବ ସମାଜ ଏବେ ବିନା ଟଙ୍କା ବିନିଯୋଗରେ ରାତାରାତି ବଡ଼ଲୋକ ହେବା ନିଶାରେ ଏବେ , ଅନେକ ଯୁବପିଢ଼ି। ନିର୍ଦ୍ଦିଷ୍ଟ କିଛି ଯୁବକ ଦୈନିକ ଗଞ୍ଜେଇ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଫୁଲବାଣୀ ଠାରୁ ନୟାଗଡ଼, ଭାୟା ବାଣୀଗୋଛା ଦଶପଲ୍ଲା ରାସ୍ତାର ବିଭିନ୍ନ ଜଂଗଲିଆ ସ୍ଥାନରେ ଛକି ରହୁଛନ୍ତି । ସୁରାକ୍ ପାଇବା ମାତ୍ରେ ପିଛା କରି ଗଂଜେଇ ଚୋରା ଗଂଜେଇ ବ୍ୟବସାୟୀ କୁଂ ମାଡ଼ି ବସୁଛନ୍ତି। କେତେବେଳେ ପୁଲିସ ଜାଣିବା ପୂର୍ବରୁ ଖସି ଯାଉଛନ୍ତି ତ ପୁଣି କେତେବେଳେ ବ୍ୟବସାୟୀଙ୍କୁ ଭୟ ଦେଖାଇ ଗଂଜାଇ ଛଡ଼ାଇ ନେବାରେ ସକ୍ଷମ ହେଉଛନ୍ତି ।















