No Result
View All Result
୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଇଟାମାଟି :-> “ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି, ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଈକିରି ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଉକ୍ତ ପଞ୍ଚାୟତରେ ପ୍ରତି ଘରକୁ ଘର ଯାଇ ଆମ୍ବ,ପଣସ, ଅଁଳା, ଡାଳିମ୍ବ, ଅଶୋକ,

ଜାମୁ, ବାଉଁଶ, ବେଲ ଓ ଗଙ୍ଗଶିଉଳି ଭଳି ଏକ ହଜାରରୁ ଉର୍ଦ୍ଧ ଔଷଧୀୟ ଚାରା ବଣ୍ଟନ କରାଯାଇଅଛି । ଏହି ମହତ୍ ଜନହିତକର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ (ସବୁରୀ ପ୍ରିୟ ଦାମସାର) ଯୋଗଦେଇ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କରିବା ସହ ଗଛର ଉପକାରିତା ଉପରେ ଜନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

ଏହାସହ ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସାହୁ , ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ, ପ୍ରଫୁଲ ନାୟକ, ପ୍ରଫୁଲ ବେହେରା (ଗ୍ରାମୀଣ ଆଇନ ସଚେତନନା କର୍ମୀ ), ପ୍ରଦୀପ କୁମାର ସାହୁ,ପବିତ୍ର ଇନ୍ଦ୍ରଜିତ, ବିଜୟ ଦାଶ, ବିଭୀତି ଭୂଷଣ ସାହୁ, ବିଭୁ କିଶୋର ସାହୁ,ବବୁଲ ଦାଶ, ସନା କାଠୁଆ, ଶିଶିର ନାୟକ, ପୂଜାରିଣୀ ସାହୁ ,ସୁବାଷିସ ନାୟକ,ଶ୍ରୀଧର ସାହୁ, ଏବଂ କାର୍ଯ୍ୟକ୍ରମରେ ଉତ୍ସାହିତ ହୋଇ ଛୋଟ ଛୁଆ ଲିପୁନ, ସୌମ୍ୟ ଜୟ ଦେବ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result