No Result
View All Result
୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ ଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୮୦ ଜଣ ଅଭିଭାବିକା ଓ କୁନି କୁନି ଭାଇଭଉଣୀ ମଧ୍ୟ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମ୍ପାଦକ ମହଦୋୟ ଶ୍ରୀଯୁକ୍ତ ଡଃ ରଜନୀ କାନ୍ତ ମିଶ୍ର ମା ସରସ୍ୱତୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ସମସ୍ତ ଙ୍କ ଆଶିଷ ଭିକ୍ଷା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଡ଼ଃ ରଜନୀ କାନ୍ତ ମିଶ୍ର ମାତୃ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । ବିଦ୍ୟାଳୟ ର ସଭାପତି ମହୋଦୟ ଶ୍ରୀଯୁକ୍ତ ଅଭିମନ୍ୟୁ ନାୟକ ଆର୍ଶୀବଚନ ଦେଇଥିଲେ । ତା ପରେ ବିଦ୍ୟାଳୟ ର ବରିଷ୍ଠା ଆଚାର୍ଯ୍ୟା ଶ୍ରୀମତୀ ରଞ୍ଜୁଲତା ଦେଇ ଶିଶୁବାଟିକା ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମାଆ ମାନଙ୍କୁ ସମ୍ୟକ୍ ଧାରଣା ଦେଇଥିଲେ ।
ଶିଶୁବାଟିକା ପ୍ରମୁଖା ଟୁନି ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତା ପରେ ମା ମାନଙ୍କୁ ନେଇ ଭାଷା ବିକାଶ ,କାହାଣୀ, ଗୀତ , ଅଙ୍କଜ୍ଞାନ କାଳାଂଶ କରାଯାଇଥିଲା , ଶାନ୍ତିମନ୍ତ୍ର ପରେ ବନ୍ଦେ ମାତରଂ କରାଯାଇଥିଲା । ସର୍ବ ଶେଷରେ ପ୍ରଦର୍ଶନୀ ଦେଖି ସାରି ବା ପରେ ସମସ୍ତେ ବିଦ୍ୟାଳୟ ପରିସର ଛାଡିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିଶୁବାଟିକା ପ୍ରମୁଖ ପରିଚାଳନା କରିଥିଲେ । ପ୍ରାତଃ ପର୍ଯ୍ୟାୟ ର ସମସ୍ତ ଗୁରୁମା ଓ ସେବିକା ଭାଇଭଉଣୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ହୋଇଥିଲା ।
No Result
View All Result