ଜିଲ୍ଲାରେ କୃଷକ ସର୍ବଦା ଅଗ୍ରଗଣ୍ୟ ଏବଂ ଜିଲ୍ଲାରେ କୃଷକର ସମସ୍ୟା ଦୂର କରିବା ପାଇଁ ଆମେ ପ୍ରତିକରବଦ୍ଧ ହେବା : ଉପ-ମୁଖ୍ୟମନ୍ତ୍ରୀ
୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲାରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଏଯାବତ ହୋଇଥିବା ସମସ୍ତ କୃଷି କାର୍ଯ୍ୟ ଏବଂ ତାହାର ପୁଙ୍ଖାନୁପୁଙ୍ଖ ବିବରଣୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ପଚାରି ବୁଝିଥିବା ବେଳେ ଏହି ବିଭାଗ ସହିତ ସଂଶ୍ଲିଷ୍ଟ ସମସ୍ତ ବିଭାଗୀୟ କାର୍ଯ୍ୟର ତଦାରଖ କରିଥିଲେ।
ଅଧିକାରୀ ମାନଙ୍କୁ ସମସ୍ତ ବିଭାଗୀୟ ଅନୁମୋଦିତ କାର୍ଯ୍ୟକୁ ତୁରନ୍ତ ସମାପ୍ତ କରି ବିଭାଗୀୟ ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିବା ଏବଂ ଆଗାମୀ ଯୋଜନା ଏବଂ କାର୍ଯ୍ୟପନ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଆଦେଶ ଦେଇଥିଲେ । ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ଏହି ଜିଲ୍ଲା ନିଜ ପାରମ୍ପରିକ କୃଷି ପାଇଁ ପ୍ରସିଦ୍ଧ, ଏହାକୁ ଅଗ୍ରଗତିର ସହ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ରାଜ୍ୟସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ସମୀକ୍ଷା ବୈଠକରେ ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଈଂ ବିଶେଶ୍ଵର ଗୁଡୁ, ମାନ୍ୟବର ସାଂସଦ ଲୋକସଭା, ବାଲେଶ୍ଵର, ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ସାଂସଦ ଲୋକସଭା, ମୟୂରଭଞ୍ଜ, ଶ୍ରୀଯୁକ୍ତ ନବଚରଣ ମାଝୀ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର,
ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀଯୁକ୍ତ ସନାତନ ବିଜୁଳି, ମାନ୍ୟବର ବିଧାୟକ, ବାରିପଦା, ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟିକା, ବ।ଙ୍ଗିରିପୋଷି କୁମାରୀ ସଞ୍ଜଳୀ ମୁର୍ମୁ,ମାନ୍ୟବର ବିଧାୟକ, ସାରସକଣ। , ଶ୍ରୀଯୁକ୍ତ ଭାଦବ ହଂ।ସଦା, ମାନ୍ୟବର ବିଧାୟକ, ରାଇରଙ୍ଗପୁର, ଶ୍ରୀଯୁକ୍ତ ଜଲେନ ନାୟକ, ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ଭାଷ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, କରଞ୍ଜିଆ ଶ୍ରୀଯୁକ୍ତ ପଦ୍ମଚରଣ ହାଇବୁରୁ, ମାନ୍ୟବର ଅଧ୍ୟକ୍ଷ୍ୟା, ଜିଲ୍ଲା ପରିଷଦ, ମୟୂରଭଞ୍ଜ, ଶ୍ରୀମତୀ ଭାରତୀ ହଂ।ସଦ।, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ, ଓଡିଶା ସରକାର, ନିର୍ଦ୍ଦେଶକ ତଥା ଉଦ୍ୟାନ କୃଷି ନିର୍ଦ୍ଦେଶକ, ଶ୍ରୀଯୁକ୍ତ ପ୍ରେମ ଚନ୍ଦ୍ର ଚୌଧୁରୀ, ଭ।.ପ୍ର.ସେ. , ଜିଲ୍ଲାପାଳ, ମୟୂରଭଞ୍ଜ ଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଭ।.ପ୍ର.ସେ. ପ୍ରମୁଖ ଯୋଗ ଦେଇଥିଲେ ଏବଂ ମାନ୍ୟବର ବିଧାୟକଗଣଙ୍କ ଦ୍ୱାରା ପଚାର ଯାଇଥିବା ତଥ୍ୟକୁ ଉପସ୍ଥାପନା କରିବା ସହିତ ଜିଲ୍ଲାରେ କୃଷିରେ କିଭଳି ଉନ୍ନତି ହୋଇ ପାରିବ ସେ ବିଷୟରେ ନିଜ ନିଜ ମତ ପୋଷଣ କରିଥିଲେ ।