୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଦୁର୍ଗମ ଅଞ୍ଚଳରେ ବସୁଧା ଯୋଜନା ନାମରେ ଖାଇ ଗଲେ ଟଙ୍କା । ଲୋକଙ୍କ ବାଲି ପଥରରେ ନିର୍ମାଣ କଲେ ବସୁଧାକୁ ଟାଙ୍କି। 50 ପ୍ରତିଶତ ଟାଙ୍କିରେ ରଙ୍ଗ ବୋଳି ଛୁ ମାରିଲେ ଠିକାଦାର । କାମ ଆରମ୍ଭ ହୋଇ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସଂଯୋଗ ହୋଇପାରିଲାନି ପାଣି ମଟର । ନିରୀହ ଆଦିବାସୀଙ୍କ ଆଖିରେ ଧୂଳି ପକାଇ ଚଳୁ କରିଦେ ବସୁଧାକୁ ଟଙ୍କା ।ଦୁର୍ଗମ ଆଦିବାସୀ ଅଞ୍ଚଳରେ ପାଣି ସମସ୍ୟା ଦୂର କରିବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଛି ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ଲାଗି ଏଠୀ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସମ୍ବଲପୁର ଗ୍ରାମ ପଞ୍ଚାୟତ ର ଗୋଠା ଗ୍ରାମରେ ।

ଗ୍ରାମରେ ବସବାସ କରନ୍ତି 50ରୁ ଉର୍ଦ୍ଧ ଆଦିବାସୀ ପରିବାର। ନିର୍ମାଣର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ମିଳି ପାରିନାହିଁ ବୁନ୍ଦାଏ ପାଣି । ପାହାଡ ଝରଣା ରୁ ଏକ ପାଇପ ସଂଯୋଗ କରି ନିଜ ଉଦ୍ୟମ ରେ ଶୋଷ ମେଣ୍ଟାଉଛନ୍ତି ଗ୍ରାମ ବାସୀ ।ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ କଳାପ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମ ବାସୀ । ଏହି ଦୁର୍ଗମ ଅଞ୍ଚଳରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ୁଥିବା ବେଳେ ତାହାର ସୁଯୋଗ ନେଇ ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ସାହାସ ବଢ଼ି ଯାଉଚି । ଏପରିକି ବସୁଧା ଟାଙ୍କି ନିର୍ମାଣ କାମରେ ସ୍ଥାନୀୟ ଲୋକଙ୍କ ବାଲି ପଥର ନେଇ କାମ ଚଳାଇଥିଲେ ଠିକାଦାର ।















