୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ ନୂଆପାଟଣା ଠାରେ ୭୫ ଲକ୍ଷ୍ୟ ଟଙ୍କାରେ ନିର୍ମିତ ପାଠାଗାରକୁ ଶନିବାର ଦିନ ନବ ନିର୍ବାଚିତ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଫିତା କାଟି ଉଦଘାଟନ କରିଥିଲେ । ଉକ୍ତ ପାଠାଗର ଉଦଘାଟିତ ହେବା ଫଳରେ ବସ୍ତି ପିଲାଙ୍କ ଶିକ୍ଷାର ବିକାଶ ହେବା ସହିତ । ସଧାରଣ ଲୋକେ ଏହି ପାଠାଗରେ ଥିବା ପୁସ୍ତକ ଅଧ୍ୟୟନ କରି ନିଜର ଞାନକୁ ଆଗକୁ ନେବାରେ ସକ୍ଷମ ହୋଇପାରିବେ ।

ଆୟୋଜିତ ଉଦଘାଟନ ଉତ୍ସବରେ ସିଏମସି ମେୟର ସୁବାଷ ସିଂ , ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, ୫୧ ନମ୍ବର ୱ।ର୍ଡ଼ର କର୍ପୋରେଟର ତଥା ଏସଟାବ୍ଲିଟ କମିଟିର ଅଧ୍ୟକ୍ଷ ରାକେଶ ସ୍ୱାଇଁ, କଟକ ନଗର ବିଜେପି ଉପସଭାପତି ସ୍ୱାଧୀନ ଚେତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପାଠାଗାର ହେବା ଦ୍ୱାରା ସ୍ଥାନୀୟ ବସ୍ତିର ପିଲାଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକ ନେଇ

ଅଧ୍ୟୟନ କରିପାରିବେ ବୋଲି ବିଧାୟକ ଶ୍ରୀ ବେହେରା ଏବଂ ମେୟର ସୁବାଷ ସିଂ ସୂଚନା ଦେଇଥିଲେ । ଆୟୋଜିତ ଉତ୍ସବରେ ନୂତନ ବିଧାୟକ ଶ୍ରୀ ସେଠୀଙ୍କୁ ନୂଆପାଟଣା ଗ୍ରାମବାସୀ , ରାମନଗର ଗ୍ରାମବାସୀ ଏବଂ ୫୯ ନମ୍ବର ୱ।ର୍ଡ଼ କର୍ପୋରେଟର ମମତା ମହାନ୍ତିଙ୍କ ପକ୍ଷରୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଉଦଘାଟନ ଉତ୍ସବରେ ସିଏମସିର କନିଷ୍ଠ ଯନ୍ତ୍ରୀ, ସ୍ୱଛ ସାଥୀ, ବିଜେପିର ବହୁ କର୍ମୀ ଯୋଗ ଦେଇଥିଲେ । ପ୍ରଶାନ୍ତ କୁମାର ଦଳାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।